ସଂସଦରେ ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ: ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟା ସମାଧାନ କରିଛି

ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଷ୍ଟାଦଶ ଲୋକସଭା ଅଧିବେଶନ ପାଇଁ ରାଷ୍ଟ୍ରପତି ଭବନରୁ ଅଶ୍ବବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସଂସଦକୁ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦ ଭବନର ଗଜ ଦ୍ବାର ଦେଇ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଉଭୟ ଗୃହର ପ୍ରିଜାଇଡିଂ ଅଫିସର ସ୍ବାଗତ କରିଥିଲେ । ପ୍ରଥମେ ବାଚସ୍ପତି ଓମ ବିର୍ଲା ଏବଂ ନବନିର୍ବାଚିତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିଛନ୍ତି । ଭାରତର ନିର୍ବାଚନରେ ଭାଗ ନେଇଥିବା କୋଟି କୋଟି ଲୋକଙ୍କୁ ମୁଁ ଶୁଭେଚ୍ଚା ଜଣାଇଥିଲେ । ଏହି ନିର୍ବାଚନ ଦେଶର ସବୁଠୁ ବଡ ନିର୍ବାଚନ ରହିଥିଲା । ପାଖାପାଖି ୬୪ କୋଟି ଲୋକ ମତଦାନ ସାବସ୍ତ୍ୟ କରିଥିଲେ , ମହିଳା ମାନେ ମଧ୍ୟ ଅଧିକ ସଂଖ୍ୟକ ଭାବରେ ନିଜର ମତ ସାବସ୍ତ୍ୟ କରିଥିଲେ । ଜମ୍ମୁ କଶ୍ମୀରରେ ମଧ୍ୟ ଏହି ନିର୍ବାଚନ ପ୍ରତିଫଳନ ହୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଘରୋଇ ମତଦାନ ଗ୍ରହଣ କରାଯାଇଥିଲା । ଏହି ୨୦୨୪ ନିର୍ବାଚନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ନିର୍ବାଚନରେ ସରକାର ବହୁମତ ରେ ନିଜର ସରକାର ଗଢିଥିଲେ । ୧୦ ବର୍ଷର ସୁଶାସନ ଉପରେ ଲୋକ ମୋହର ମାରିଛନ୍ତି ।

୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି ।

ପେପର ଲିକ୍‌ ଯାଞ୍ଚର ନିରପେକ୍ଷ ଯାଞ୍ଚ ହେବ । ବିଭିନ୍ନ ରାଜ୍ୟରେ ସ୍ଥାନରେ ପେପର ଲିକ୍‌ ଘଟଣା ସାମ୍ନାକୁ ଆସିଛି ।ା ନିଟ୍‌ ପରୀକ୍ଷା ପେପର ଲିକ୍‌ ରୋକିବାକୁ ଆମ ସରକାର କଡା ଆଇନ ଆଣିଛନ୍ତି ।

୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି ।

ବିଜୁଳି ବିଲ୍‌ ଜିରୋ କରିବାକୁ ଯୋଜନା ଆସିଛି ।

ନର୍ଥ ଇଷ୍ଟରେ ଶାନ୍ତି ପାଇଁ ସରକାର ଚେଷ୍ଟା କରୁଛନ୍ତି । ଏଠାରେ ବିକାଶ ୪ ଗୁଣା ବୃଦ୍ଧି ପାଇଛି ।

୩ କୋଟି ମହିଳା ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚାଲିଛି । ମହିଳାଙ୍କୁ ଡ୍ରୋନ ପାଇଲଟ କରିବାକୁ ଉଦ୍ୟମ ଚାଲିଛି ।

ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି ।

ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି ।

ପବ୍ଲିକ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ ଘଟିଛି ।

ସୁସ୍ଥ ବିଶ୍ୱ ନିର୍ମାଣରେ ଭାରତ ସହଯୋଗ କରୁଛି ।

କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି ।

ସବୁ କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।