ଦେଶ ବିଦେଶ

ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟର ନାଁ ବଦଳି ହେଲା ‘କର୍ତ୍ତବ୍ୟ ପଥ’, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(କେନ୍ୟୁଜ୍):ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥର ଉଦ୍‌ଘାଟନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ୍‌ ଏବଂ ଓଜନ ୬୫ ମେଟ୍ରିକ ଟନ୍‌। ପୂର୍ବରୁ ଜାନୁଆରୀ ୨୩ତାରିଖରେ ନେତାଜୀ ଜୟନ୍ତୀରେ ଏଠାରେ ସୁଭାଷଙ୍କ ହୋଲୋଗ୍ରାମ ସ୍ଥାନ ପାଇଥିଲା। କର୍ତ୍ତବ୍ୟ ପଥ ଓ ନେତାଜୀଙ୍କ ପ୍ରତିମୂର୍ତ୍ତି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏକ ଅଂଶ। ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ରାସ୍ତା ଏଣିକି କର୍ତ୍ତବ୍ୟ ପଥ ନାଁରେ ନାମିତ କରାଯାଇଛି।

ଏହାର ଲମ୍ବ ୩କିମି ୨ଶହ ମିଟର ରହିଛି। ଏହି ରାସ୍ତାରେ ୧୧୪ଟି ଆଧୁନିକ ଇଣ୍ଡିକେଟର ରହିଛି। ୯ଶହରୁ ଅଧିକ ଲାଇଟ୍‌ ଲାଗିଛି। ଏଠାକୁ ଆସୁଥିବା ଲୋକଙ୍କ ପାଇଁ ପିଇବା ପାଣିର ସୁବିଧା ସହ ଷ୍ଟ୍ରିଟ ଫର୍ଣ୍ଣିଚର, ସାର୍ବଜନିକ ଶୌଚାଳୟ ଓ ପର୍ଯ୍ୟାପ୍ତ ପାର୍କିଂର ବ୍ୟବସ୍ଥା କରାଯାଇଛି। ଗତ ୧୦୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ରାଜପଥର ନାମ ପରିବର୍ତ୍ତନ ହେବ । ପ୍ରଥମେ ଏହାକୁ କିଙ୍ଗ୍‌ସେଓ୍ଵ କୁହାଯାଉଥିଲା । ୧୯୫୫ରେ ଏହାର ନାମ ପରିବର୍ତ୍ତନ ହୋଇ ରାଜପଥ କରାଯାଇଥିଲା । ଏବେ ଏହାର ନାମ ହୋଇଛି କର୍ତ୍ତବ୍ୟପଥ ।

ନେତାଜୀଙ୍କ ପ୍ରତିମୂର୍ତ୍ତି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏକ ଅଂଶ। ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ରାସ୍ତା ଏଣିକି କର୍ତ୍ତବ୍ୟ ପଥ ନାଁରେ ନାମିତ କରାଯାଇଛି। ଏହାର ଲମ୍ବ ୩କିମି ୨ଶହ ମିଟର ରହିଛି। ଏହି ରାସ୍ତାରେ ୧୧୪ଟି ଆଧୁନିକ ଇଣ୍ଡିକେଟର ରହିଛି। ୯ଶହରୁ ଅଧିକ ଲାଇଟ୍‌ ଲାଗିଛି। ଏଠାକୁ ଆସୁଥିବା ଲୋକଙ୍କ ପାଇଁ ପିଇବା ପାଣିର ସୁବିଧା ସହ ଷ୍ଟ୍ରିଟ ଫର୍ଣ୍ଣିଚର, ସାର୍ବଜନିକ ଶୌଚାଳୟ ଓ ପର୍ଯ୍ୟାପ୍ତ ପାର୍କିଂର ବ୍ୟବସ୍ଥା କରାଯାଇଛି। ଗତ ୧୦୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ରାଜପଥର ନାମ ପରିବର୍ତ୍ତନ ହେବ । ପ୍ରଥମେ ଏହାକୁ କିଙ୍ଗ୍‌ସେଓ୍ଵ କୁହାଯାଉଥିଲା । ୧୯୫୫ରେ ଏହାର ନାମ ପରିବର୍ତ୍ତନ ହୋଇ ରାଜପଥ କରାଯାଇଥିଲା । ଏବେ ଏହାର ନାମ ହୋଇଛି କର୍ତ୍ତବ୍ୟପଥ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

25 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

27 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

34 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

42 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago