ରାମନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଆଜି ନୂତନ ରେଳସେତୁ ଲୋକାର୍ପଣ କରିବେ ମୋଦି

ଆଜି ରାମନବମୀ ଅବସରରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ ନିଜ ସୋସିଆଲ ମିଡିଆରେ ଏକ ଟୁଇଟ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ରାମନବମୀ ଆମକୁ ଧର୍ମ, ନ୍ୟାୟ ଏବଂ କର୍ତ୍ତବ୍ୟବୋଧର ବାର୍ତ୍ତା ଦିଏ । ଶ୍ରୀରାମଙ୍କ ଆଦର୍ଶର ପ୍ରଶଂସା କରିବା ସହିତ ସେ ଦେଶବାସୀଙ୍କୁ ଭାରତର ବିକାଶ ପାଇଁ ଏକତ୍ରିତ ହୋଇ କାମ କରିବାକୁ ଆହ୍ୱାନ କରିଛନ୍ତି ।
ମୋଦି କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହୁ ଏବଂ ଆମେ ଆମର ସମସ୍ତ ପ୍ରୟାସରେ ସଫଳତା ହାସଲ କରୁ । ପ୍ରଧାନମନ୍ତ୍ରୀ ଏହି ଦିନ ତାମିଲନାଡୁର ରାମେଶ୍ୱରମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାର୍ଥନା କରିବାକୁ କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମଧ୍ୟାହ୍ନ ୧୨ଟାରେ ରାମେଶ୍ୱରମରେ ନୂତନ ପମ୍ବନ ରେଳସେତୁ ଉଦଘାଟନ କରିବେ । ଏହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ । ପ୍ରଧାନମନ୍ତ୍ରୀ ଏହି ସେତୁରୁ ଏକ ଟ୍ରେନ୍ ଏବଂ ଏକ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ସେତୁର କାର୍ଯ୍ୟକ୍ଷମତା ଯାଞ୍ଚ କରିବେ ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଦିନ ୧୨:୪୫ ରେ ରାମନାଥସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ। ଅପରାହ୍ନ ପ୍ରାୟ ୧:୩୦ ସମୟରେ ସେ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ।
Also read: ରାମ ନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ, ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ହେବ ସମାଗମ