‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’ ରେ ସମ୍ମାନିତ ହେବେ ତିନି ଓଡିଆ ଭାଷା ବିଦ୍ବାନ

ନୂଆଦିଲ୍ଲୀ(କେନ୍ୟୁଜ୍): ୨୦୧୯ର ‘ପ୍ରେସିଡେଣ୍ଟସ୍ ସାର୍ଟିଫିକେଟ୍ ଅଫ୍ ଅନର’ ଏବଂ ‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’ ରେ ସମ୍ମାନିତ ହେବେ ତିନି ଓଡିଆ ଭାଷା ବିଦ୍ବାନ। ସ୍ବାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥିବା ୨୦୧୯ର ୨୭ ଜଣ ‘ପ୍ରେସିଡେଣ୍ଟସ୍ ସାର୍ଟିଫିକେଟ୍ ଅଫ୍ ଅନର’ ପାଇଁ ମନୋନୀତ ହୋଇଥିବା ତାଲିକାରେ ସଂସ୍କୃତ ଭାଷା ପାଇଁ ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ଓ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାରେ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ସାମିଲ ଅଛନ୍ତି।

ଚଳିତ ବର୍ଷର ମର୍ଯ୍ୟାଦାଜନକ ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନରେ ୧୮ ଜଣ ବିଭିନ୍ନ ଭାଷାର ବିଦ୍ବାନଙ୍କ ମଧ୍ୟରୁ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷା ପାଇଁ ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କୁ ସମ୍ମାନିତ କରାଯିବ। ଉଲ୍ଲେଖଯୋଗ୍ୟ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷା ପାଇଁ ୨୦୧୬, ୨୦୧୭ ଓ ୨୦୧୮ରେ ଉଭୟ ପ୍ରେସିଡେଣ୍ଟସ୍ ସାର୍ଟିଫିକେଟ୍ ଅଫ୍ ଅନର ଏବଂ ମହର୍ଷି ବଦ୍ରାୟନ ବ୍ୟାସ ପୁରସ୍କାର ପାଇଁ କାହାକୁ ଚୟନ କରାଯାଇ ନଥିଲା। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟାତା ପାଇବା ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ପୁରସ୍କାର ତାଲିକା ତିନି ଜଣ ଓଡ଼ିଆ ଭାଷା ବିଦ୍ବାନ ସ୍ଥାନ ପାଇଛନ୍ତି।