ଜମ୍ମୁକଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ନୂଆ ସରକାର ଗଠନ ପୂର୍ବରୁ ରାଜ୍ୟରେ ଜାରି ହୋଇଥିବା ରାଷ୍ଟପତି ଶାସନକୁ ହଟାଇ ଦିଆଯାଇଛି । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ଓ ଜମ୍ମୁକଶ୍ମୀର ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ସେହିବର୍ଷ ଅକ୍ଟୋବର ୩୧ ତାରିଖରେ ରାଷ୍ଟପତି ଶାସନ ଜାରି ହୋଇଥିଲା ।
ଏବେ ସରକାର ଗଠନ ପାଇଁ ନ୍ୟାସନାଲ କନଫରେନ୍ସ ବିଧାୟକ ଦଳ ନେତା ଓମାର ଅବଦୁଲ୍ଲା ଦାବି କରିଛନ୍ତି । ଓମାର ଜମ୍ମୁକଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ସେ ଶପଥ ନେଇ ପାରନ୍ତି । ଜମ୍ମୁକଶ୍ମୀରରେ ଇଣ୍ଡିଆ ମେଣ୍ଟକୁ ୪୮ ଆସନ ମିଳିଥିବା ବେଳେ ବିଜେପି ୨୯ ଆସନ ହାତେଇଛି ।