ଉତ୍ତରପ୍ରଦେଶ : ଜନ୍ମଦିନ ପାର୍ଟିରେ ବାଜୁଥିଲା ଡିଜେ, ବଜାଇବାକୁ ମନା କରିବାରୁ ପୂଜାରୀଙ୍କୁ ପିଟିପିଟି ମାରିଦେଲେ
ଆଉ ଡିଜେ ଅସହ୍ୟ ହେବାରୁ ବିରୋଧ କରିବାରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଛନ୍ତି ପଡୋଶୀ । ଜନ୍ମ ଦିନ ପାର୍ଟିରେ ଜୋରସୋରରେ ଡିଜେ ବଜା ଯାଉଥିବାରୁ ପୂଜାରୀ ଅଶୋକ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।
ଜନ୍ମ ଦିନ ଉତ୍ସବରେ ଖୁବ୍ ଜୋରରେ ବାଜୁଥିଲା ଡିଜେ । ଆଉ ଡିଜେ ଅସହ୍ୟ ହେବାରୁ ବିରୋଧ କରିବାରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଛନ୍ତି ପଡୋଶୀ । ଉତ୍ତରପ୍ରଦେଶର ଦେବରିୟାରେ ଘଟିଛି ଏଭଳି ଘଟଣା । ମୃତକଜଣକ ୬୦ ବର୍ଷୀୟ ଅଶୋକ ଚୌବେ । ସେ ସ୍ଥାନୀୟ ବାରିପୁର ହନୁମାନ ମନ୍ଦିରର ସହାୟକ ପୂଜାରୀ ଭାବେ କାମ କରୁଥିଲେ । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଦୁଇ ଦିନ ପୂର୍ବେ ଅଶୋକ ଚୌବେ ରାତିରେ ମନ୍ଦିରରୁ ଘରେ ପହଞ୍ଚିଥିବା ବେଳେ ପଡୋଶୀ ହୌସଲା ପାଶୱାନଙ୍କ ଘରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା । ଏହି ପାର୍ଟିରେ ଜୋରସୋରରେ ଡିଜେ ବଜା ଯାଉଥିବାରୁ ପୂଜାରୀ ଅଶୋକ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।
ଡିଜେ ଏତେ ଜୋରରେ ନ ବଜାଇବାକୁ ଅଶୋକ ଚୌବେ କହିଥିଲେ । ପଡୋଶୀ ହୌସଲା ପାଶୱାନଙ୍କ ପରିବାର ସଦସ୍ୟ ଅଶୋକ ଚୌବେଙ୍କ ପରିବାର ଲୋକଙ୍କ ଉପରକୁ ଇଟାପଥର ମାଡ଼ କରିଥିଲେ । ସେମାନେ ଅଶୋକଙ୍କୁ ବାଡ଼ିରେ ପ୍ରବଳ ପିଟିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଗାଁରେ ପୋଲିସ ଫୋର୍ସ ନିୟୋଜିତ ହୋଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଡିଜେ ଯୋଗୁଁ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଡିଜେର ଭୟଙ୍କର ସାଉଣ୍ଡ ଯୋଗୁଁ ଲୋକଙ୍କ ହାର୍ଟ ଏବଂ କାନ ଉପରେ ପ୍ରଭାବ ପଡୁଛି । ତେଣୁ ଲୋକଙ୍କ ଜୀବନ ଚାଲିଯାଉଛି । ବିଭିନ୍ନ ସ୍ଥାନରେ ଏଭଳି ଘଟଣାମାନ ହୋଇଥିବା ଖବର ମିଳିଛି ।