ଦେଶ ବିଦେଶ

ଦିଲ୍ଲୀରେ କାଲିଠାରୁ ସ୍କୁଲ ବନ୍ଦ! ଅଣନିଃଶ୍ୱାସୀ କରି ଦେଉଛି ବାୟୁ ପ୍ରଦୂଷଣ; ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

ଦିଲ୍ଲୀରେ ଆସନ୍ତାକାଲି ଶନିବାରଠାରୁ ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ। ଏଠାରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କେଜରିଓ୍ଵାଲ ସରକାର ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ୫ମଠାରୁ ଉପର ଶ୍ରେଣୀଗୁଡ଼ିକର ଆଉଟ୍‌ଡୋର ଆକ୍ଟିଭିଟିଜ୍‌ ବନ୍ଦ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କେଜରିଓ୍ଵାଲ କହିଛନ୍ତି କି, ଦିଲ୍ଲୀରେ ଅଡ୍‌ ଇଭିନ୍‌ ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯାଉଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ, ବରଂ ହରିୟାଣା, ୟୁପି ସମେତ ପୂରା ଉତ୍ତର ଭାରତରେ ବାୟୁର ଗୁଣାବତ୍ତା ଖରାପ ରହିଛି। ଏହା ଜଣେ ଆଉ ଜଣଙ୍କ ଉପରେ ଅଭିଯୋଗ ଲଗାଇବାର ବେଳ ନୁହେଁ। କେନ୍ଦ୍ରକୁ ଆଗକୁ ଆସି ପଦକ୍ଷେପ ଉଠାଇବାକୁ ହେବ, ଯେଉଁଥିରେ ଉତ୍ତର ଭାରତକୁ ଏଥିରୁ ରକ୍ଷା କରାଯାଇ ପାରିବ। କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନର ନେତୃତ୍ୱ ନିଅନ୍ତୁ। ଏହି ପ୍ରସଙ୍ଗ ଉପରେ ଏକ ମିଳିବ ବୈଠକ ହେବା ଉଚିତ୍‌।

କେଜରିଓ୍ଵାଲ ଆହୁରି କହିଥିଲେ, ‘ପଞ୍ଜାବରେ ଫସଲର ଅବଶେଷ ଜଳୁଛି ଆମେ ମାନୁଛୁ। କିନ୍ତୁ ଏଥିପାଇଁ ଚାଷୀ ଦାୟୀ ନୁହଁନ୍ତି। ସେମାନଙ୍କୁ ସମାଧାନ ଦରକାର। ଯଦି ସେମାନଙ୍କୁ ସମାଧାନ ମିଳିଯିବ, ତା’ ହେଲେ ସେମାନେ ଫସଲର ଅବଶେଷଗୁଡ଼ିକୁ ଜଳାଇବା ଛାଡ଼ିଦେବେ। ପଞ୍ଜାବରେ ଆମ ସରକାର ଅଛି। ଯଦି ଏଠାରେ ଫସଲର ଅବଶେଷ ଜଳୁଛି, ତା’ ହେଲେ ଆପ୍‌ ସରକାର ଏଥିପାଇଁ ଦାୟୀ ରହିବ। ଆମ ସରକାର ଗଠନକୁ ୬ ମାସ ହୋଇଛି। କିନ୍ତୁ ଆମେ ଅନେକ ପଦକ୍ଷେପ ଉଠାଇଛୁ। କିଛି ପଦକ୍ଷେପରେ ସଫଳତା ମିଳିଛି ତ କିଛିରେ ମିଳିନି। ମୁଁ ଆଶା କରୁଛି କି, ଆଗାମୀ ବର୍ଷ ସୁଦ୍ଧା ଫସଲର ଅବଶେଷ ଜଳାଇବାର ସମସ୍ୟା ବନ୍ଦ ହୋଇଯିବ’।

ସୂଚନାଥାଉ କି, ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ବୃଦ୍ଧିକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ Grap Stage 3ର ନିୟମ ଲାଗୁ ହୋଇଯାଇଛି। ଏହା ଅଧୀନରେ ଦିଲ୍ଲୀରେ କୋଠାବାଡ଼ି ସମେତ ବିଭିନ୍ନ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦିଆଯାଇଛି। କନ୍‌ଷ୍ଟ୍ରକ୍ସନ କାର୍ଯ୍ୟ ବନ୍ଦ ହେବା ଦ୍ୱାରା ହଜାର ହଜାର ଲୋକ ହଠାତ୍‌ ବେରୋଜଗାର ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରିପୋର୍ଟ ମୁତାବକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଏ ନେଇ ମନ୍ତ୍ରୀ ମନୀଷ ସିସୋଦିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କି, ଯେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ନ ହୋଇଛି, ସେ ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କୁ ପ୍ରତ୍ୟେକ ମାସରେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

କହି ରଖୁଛୁ, ଦିଲ୍ଲୀ-ଏନସିଆରରେ ବାୟୁର ଗୁଣାବତ୍ତା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଲଗାତାର ବୃଦ୍ଧି ପାଉଛି। ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ୪ ଦିନ ପୂର୍ବେ ବାୟୁ ଗୁଣାବତ୍ତା ପ୍ରବନ୍ଧନ ଆୟୋଗ (CAQM) କିଛି ଯୋଜନାକୁ ଛାଡ଼ି ପୂରା ଦିଲ୍ଲୀ-ଏନସିଆରରେ ନିର୍ମାଣ ଓ ଭଙ୍ଗାଯିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା। ବାୟୁ ଗୁଣାବତ୍ତାରେ ହ୍ରାସକୁ ରୋକିବା ପାଇଁ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନର ତୃତୀୟ ପର୍ଯ୍ୟାୟର କାର୍ଯ୍ୟକାରିତାକୁ ତତ୍କାଳ ପ୍ରଭାବରେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତୃତୀୟ ପର୍ଯ୍ୟାୟରେ ହିଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକର ବ୍ୟବସ୍ଥା ରହିଛି।

Roshni

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

3 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

9 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

23 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago