୨୦୨୦ର ଶେଷ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସେମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, କହିଲେ ୨୦୨୧ରେ ସଫଳତାର ନୂତନ ଶିଖରକୁ ଛୁଇଁବ ଦେଶ

କେନ୍ୟୁଜ୍(ବ୍ୟୁରୋ): ବର୍ଷ ୨୦୨୦ର ଶେଷ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସେମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ନୂଆ ବର୍ଷ ୨୦୨୧ରେ ନୂଆ ସଂକଳ୍ପ ନେବା ଆସିଛି। ୨୦୨୧ରେ ସଫଳତାର ନୂତନ ଶିଖରକୁ ଛୁଇଁବ ଦେଶ। କରୋନା ପ୍ରସଙ୍ଗରେ ମୋଦି କହିଛନ୍ତି, ଏହା ଆମ ପାଇଁ ଏକ ଆହ୍ଵାନପୂର୍ଣ୍ଣ ସମୟ ଥିଲା, ଅନେକ ସଙ୍କଟ ଆସିଥିଲା। ବିଶ୍ୱରେ କରୋନା ସମୟରେ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ଆସିଥିଲା। ପ୍ରତ୍ୟେକ ସଙ୍କଟରୁ ନୂଆ ଶିକ୍ଷା ଗ୍ରହଣ କରିଛୁ। ଜନତା କର୍ଫ୍ୟୁ ଭଳି ଅଭିନବ ପଦକ୍ଷେପ ସାରା ବିଶ୍ୱ ପାଇଁ ପ୍ରେରଣା ପାଲଟିଥିଲା। ଏହି ସମୟରେ କର ତାଳି ଦେଇ ଦେଶ ଏକତା ପ୍ରଦର୍ଶନ କରିଥିଲା।
ଏହା ସହ କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଦିଆଯାଇଥିଲା। ଦେଶରେ କରୋନା ସଙ୍କଟ ସମୟରେ ଆତ୍ମନିର୍ଭରତା ନୂଆ ଶକ୍ତି ଭାବେ ଛିଡା ହୋଇଥିଲା। ଏହାସହ ମୋଦି କହିଛନ୍ତି ୨୦୧୪ରୁ ୨୦୧୮ ମଧ୍ୟରେ ଭାରତରେ ଚିତା ବାଘ ସଂଖ୍ୟା ୬୦ପ୍ରତିଶରୁ ଅଧିକ ବୃଦ୍ଧି ପାଇଛି। ଯାହାକି ଖୁସି ଓ ଗର୍ବର ବିଷୟ। ବିଶେଷକରି କେନ୍ଦ୍ରୀୟ ଭାରତରେ ଚିତା ବାଘ ସଂଖ୍ୟା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶ , କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଚିତା ବାଘଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏହା ଏକ ବଡ ସଫଳତା ବୋଲି ମୋଦି କହିଛନ୍ତି।