ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ,କରୋନା, ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ କରିବେ ଆଲୋଚନା

ନୂଆଦିଲ୍ଲୀ : ୨ ଦିନିଆ ରୋମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କରୋନା ମହାମାରୀ , ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ଏହା ସହ ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।ଗତକାଲି ରୋମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟ ସ୍ୱାଗତ କରିଥିଲେ । ସଂସ୍କୃତ ଶ୍ଲୋକ ସହ ମୋଦି ମୋଦି କହି ସ୍ଲୋଗାନ ଦେଇଥିଲେ ପ୍ରବାସୀ ଭାରତୀୟ। ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ।

ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲସ ମାଇକେଲ ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍‌ଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ସନ୍ଧ୍ୟାରେ ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଗିଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଫଗାନ ସ୍ଥିତି ଆଦି ଉପରେ ଆଲୋଚନା ହୋଇଥିଲା। ଇଟାଲୀ ଗସ୍ତ ସାରି ଗ୍ଲାସଗୋ ଯିବେ ମୋଦି । ଗ୍ଲାସଗୋରେ ନଭେମ୍ବର ୧ ଓ ୨ ତାରିଖରେ ୨୬ତମ କନଫରେନ୍‌ସ ଅଫ୍‌ ପାର୍ଟିଜ୍‌ ବୈଠକରେ ଯୋଗ ଦେବେ । ସେଠାରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲଡ ଲିଡର୍ସ ସମିଟ୍ ରେ ସାମିଲ ହେବେ । ବୈଠକରେ ୧୨୦ ରାଷ୍ଟ୍ରର ମୁଖ୍ୟ ଏବଂ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ । ସ୍ଥାନୀୟ ସମୟାନୁସାରେ, ସକାଳ ଟାରେ ବୈଠକ ଆରମ୍ଭ ହେବ । ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । ଖାଲି ସେତିିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.