ଦେଶ ବିଦେଶ

ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ରାମନାମ ସାଙ୍ଗକୁ ସାଧୁସନ୍ଥଙ୍କ ମନ୍ତ୍ରରେ ଦୁଲୁକୁଛି ସାରା ପରିବେଶ

ଅଯୋଧ୍ୟା: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ହେବ ନିର୍ମାଣ । ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍‌ କଟକଣା ଭିତରେ ଅନୁଷ୍ଠିତ ହୋଇଯାଇଛି ଭୂମି ପୂଜନ ଉତ୍ସବ । ରାମନାମ ସାଙ୍ଗକୁ ସାଧୁସନ୍ଥଙ୍କ ମନ୍ତ୍ରରେ ଦୁଲୁକୁଛି ସାରା ପରିବେଶ। ଉତ୍ସବ ସ୍ଥଳରେ ୧୩୫ ଜଣ ଧାର୍ମିକ ଗୁରୁଙ୍କ ସହ ସାମିଲ ହୋଇଛନ୍ତି ୧୭୫ ଅତିଥି। ଭୂମି ପୂଜନ ପାଇଁ ୨ ହଜାରରୁ ଅଧିକ ତୀର୍ଥକ୍ଷେତ୍ରରୁ ମାଟି ଓ ଶହେରୁ ଅଧିକ ନଦୀରୁ ଜଳ ଅଣାଯାଇଥିଲା ।

୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ ଭୂମି ପୂଜନ କରୁଥିବା ମୁଖ୍ୟ ପୁରୋହିତଙ୍କ ସୂଚନା ଅନୁଯାୟୀ ଭୂମି ପୂଜନ ପାଇଁ ଏଠାରେ ମୋଟ ୯ଟି ଇଟା ରଖାଯାଇଥିଲା, ଏହି ଇଟା ଗୁଡିକ ୧୯୮୯ରେ ଭଗବାନ ରାମଙ୍କ ଭକ୍ତମାନେ ସମଗ୍ର ଦେଶ ତଥା ବିଶ୍ବରୁ ପଠାଇଥିଲେ। ରାମ ଭକ୍ତମାନେ ପୃଥିବୀର ବିଭିନ୍ନ ସ୍ଥାନରୁ ମୋଟ ୨ଲକ୍ଷ ୭୫ହଜାର ଇଟା ପଠାଇଛନ୍ତି। ସେଥିମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀ ରାମ ଲେଖାଯାଇଛି।

ସୂଚନା ଥାଉକି, ଦିଲ୍ଲୀରୁ ବାହାରି ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବାପରେ ପ୍ରଥମେ ହନୁମାନଗଡ଼ିରେ ଦର୍ଶନ କରିଥିଲେ। ସେଠାରୁ ବାହାରି ରାମ ଜନ୍ମଭୂମି ସ୍ଥଳରେ ପହଞ୍ଚି ଭୂମିପୂଜାରେ ସାମିଲ ହୋଇଥିଲେ। ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ରାମମନ୍ଦିର ଟ୍ରଷ୍ଟର ସଭାପତି ମହନ୍ତ ନିତ୍ୟଗୋପାଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ସ୍ମରଣିକା ଡାକ ଟିକେଟ ଉନ୍ମୋଚନ କରିଛନ୍ତି । ରାମମୟ ହୋଇଉଠିଛି ସମଗ୍ର ଅଯୋଧ୍ୟା ନଗରୀ। ଝଲସୁଛି ସରଜୁ ନଦୀ, ଚମକୁଛି ରାସ୍ତାଘାଟ। ସରଜୁ ନଦୀ କୂଳରେ ଚାଲିଛି ଭଜନ କୀର୍ତ୍ତନ। ଲକ୍ଷାଧିକ ଦୀପ ପ୍ରଜ୍ୱଳନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଭୂମି ପୂଜନ ଉତ୍ସବ ପରେ ପ୍ରସ୍ତୁତ ହୋଇଥିବା ଏକ ଲକ୍ଷ ୧୧ ହଜାର ଲଡୁ ସ୍ଥାନୀୟ ଲୋକଙ୍କୁ ବଣ୍ଟନ କରାଯାଇଛି।

 

Sonalisa

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣର ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

25 seconds ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

4 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

11 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

13 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

48 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

60 mins ago