ଟୋକିଓ ହିରୋଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ,ସମସ୍ତଙ୍କୁ ଜଣାଇଲେ ଶୁଭେଛା

କେନ୍ୟୁଜ୍(ବ୍ୟୁରୋ): ଟୋକିଓ ହିରୋଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଇତିହାସ ରଚିଥିବା ପାରାଅଲିମ୍ପିଆନଙ୍କ ସହ ଆଲୋଚନା କରିଛନ୍ତି ନରେନ୍ଦ୍ର ମୋଦି । ଭାରତର ଐତିହାସିକ ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଏହି ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ ।

ବ୍ୟାଡମିଣ୍ଟନ ସିଙ୍ଗଲସ୍‌ ସ୍ୱର୍ଣ୍ଣପଦକ ଜିତିଛନ୍ତି ଗୋଲଡେନ୍‌ ବୟ । ଚଳିତ ଥର ୧୯ଟି ମେଡାଲ ହାସଲ କରିଛି ଭାରତୀୟ ଦଳ । ପାରାଅଲିମ୍ପିକ୍ସ ଇତିହାସରେ ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ୧୯୮୪ ଏବଂ ୨୦୧୬ରେ ୪ଟି ଲେଖାଏ ମେଡାଲ୍‌ ଜିତିଥିଲା ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.