ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିବସୀୟ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଛନ୍ତି। ମୋଦି ଏଠାରେ ପହଞ୍ଚିବା ପରେ ପ୍ୟାରିସ୍ ବିମାନବନ୍ଦରରେ ରେଡ୍ କାର୍ପେଟ୍ ବିଛାଇ ତାଙ୍କୁ ସ୍ୱାଗତ କରାଯାଇଥିଲା। ତାଙ୍କ ସମ୍ମାନାର୍ଥେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫ୍ରାନ୍ସର ନ୍ୟାସନାଲ୍ ଡେ’ (ବ୍ୟାଷ୍ଟିଲ୍ ଡେ’) ରେ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପ୍ୟାରିସର ଏକ ହୋଟେଲ ବାହାରେ ଭାରତୀୟ ମୂଳର ଲୋକେ ଏକାଠି ହୋଇଥିଲେ। ଏହି ସମୟରେ ଲୋକମାନେ ‘ଭାରତ ମାତା କି ଜୟ’ ଏବଂ ‘ବନ୍ଦେ ମାତରମ୍’ ସ୍ଲୋଗାନ ଦେଇଥିଲେ।
ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଫ୍ରାନ୍ସରୁ ଭାରତୀୟ ନୌସେନା ପାଇଁ ୨୬ଟି ରାଫେଲ ଯୁଦ୍ଧ ବିମାନ ଏବଂ ୩ ସ୍କର୍ପିନ୍ ବୁଡ଼ାଜାହାଜ କ୍ରୟ ଯୋଜନାକୁ ଅନୁମୋଦନ କରିଛି। ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ମଞ୍ଜୁରୀ ଦିଆଯାଇଛି।
ପିଏମ୍ ମୋଦି ପ୍ୟାରିସର ଲା ସିଏନ୍ ମ୍ୟୁଜିକ୍ଲେରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ଭାରତୀୟ ଦୂତାବାସ ଏବଂ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆୟୋଜନ ହେବ। ଏହାପରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସରକାରୀ ବାସଭବନ ଏଲ୍ସି ପ୍ୟାଲେସରେ ଡିନରରେ ଯୋଗଦେବେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। କହି ରଖୁଛୁ କି, ଭାରତ-ଫ୍ରାନ୍ସର ଷ୍ଟ୍ରାଟେଜିକ୍ ଭାଗିଦାରୀ ୨୫ ବର୍ଷ ପୂରଣ କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…