ଟୋକିଓରେ ପ୍ରଧାନମନ୍ତ୍ରୀ ମୋଦୀ: କ୍ୱାଡ ସମ୍ମିଳନୀରେ ଦେବେ ଯୋଗ, ଆମେରିକା ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ

ଟୋକିଓରେ ପ୍ରଧାନମନ୍ତ୍ରୀ ମୋଦୀ । କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ । ଜାପାନରେ ଆଜି ଓ ଆସନ୍ତାକାଲି ରହିବେ । ଟୋକିଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି । କ୍ୱାଡ୍‌ ଶୀର୍ଷ ନେତାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହା ଦ୍ୱିତୀୟ ବୈଠକ ହୋଇଥିବାରୁ ବର୍ତ୍ତମାନର ପରିସ୍ଥିତିରେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।

ମୋଦୀ ତାଙ୍କ ଟୋକିଓ ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ବିଶେଷକରି ଚୀନର ଗତିବିଧି ରୋକିବାକୁ ହେବ ରଣନୀତି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଚୀନର ମନମାନୀ ରୋକିବା ଓ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ ।

ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଦୁଇ ନେତା ଆଲୋଚନା କରିବେ । ଏହାସହ ମୋଦୀ ଜାପାପରେ ବସବାସ କରୁଥିବା ବ୍ୟକ୍ତିବିଶେଷ ଓ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ । ମୋଦୀ ଟୋକିଓରେ ପହଞ୍ଚିବା ପରେ ଛୋଟ ପିଲାଙ୍କ ସହ କଥା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.