ଲାଲ୍କିଲ୍ଲାରୁ ମୋଦିଙ୍କ ଆହ୍ବାନ! ଆରମ୍ଭ ହେବ ଜଳ ଜୀବନ ମିଶନ୍, ଅକ୍ଟୋବର ୨ରୁ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ସଂକଳ୍ପ
ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ବ୍ୟବସ୍ଥା ସହ ପାନୀୟ ଜଳ ସଂକଟ ଦୂର କରିବାକୁ ବି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଘରେ ଘରେ କିଭଳି ପାନୀୟ ଜଳ ପହଞ୍ଚିବ, ସେଥିପାଇଁ ଆରମ୍ଭ ହେବ ଜଳ ଜୀବନ ମିଶନ୍। ଅକ୍ଟୋବର ୨ରୁ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ସଂକଳ୍ପ ନେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ରରେ ସରକାର ଗଠନକୁ ୧୦ ସପ୍ତାହ ହୋଇନି। ଏହି ସ୍ୱଳ୍ପ ସମୟ ଭିତରେ ସରକାର ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ସମ୍ବିଧାନର ଧାରା ୩୭୦ ଓ ୩୫ ଏ ଉଚ୍ଛେଦ କରିଛନ୍ତି। ମୁସଲିମ୍ ମହିଳାଙ୍କୁ ଟ୍ରିପଲ ତଲାକରୁ ମୁକ୍ତି ମିଳିଛି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସରକାର ଶକ୍ତ ଆଇନ ଆଣିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଏକ ଭାରତ, ଶ୍ରେଷ୍ଠ ଭାରତର ପରିକଳ୍ପନା ମଧ୍ୟ କରିଛନ୍ତି ମୋଦି। ଏହାସହ ପରିବାରବାଦ କଥା କହି ପରୋକ୍ଷରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ।