ଜାତିସଂଘର ୭୬ତମ ସାଧାରଣ ଅଧିବେଶନରେ ମୋଦିଙ୍କ ସମ୍ବୋଧନ: ଉଠାଇଲେ ଆଫଗାନିସ୍ତାନ ପ୍ରସଙ୍ଗ

କେନ୍ୟୁଜ୍(ବ୍ୟୁରୋ):ଜାତିସଂଘର ୭୬ତମ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଠାରୁ ଆରମ୍ଭ କରି ବିଶ୍ୱର କରୋନା ଲଢ଼େଇ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି ମୋଦି । ଆଫଗାନିସ୍ତାନ ମାଟି ଆତଙ୍କବାଦ କାର୍ଯ୍ୟକଳାପଳରେ ବ୍ୟବହାର ହେବା ଆଶଂକାକୁ ନେଇ ଜାତିସଂଘରେ ଚିନ୍ତା ପ୍ରକଟ କରିଛନ୍ତି । ଆଫଗାନିସ୍ତାନରୁ ଯେପରି ଆତଙ୍କବାଦ ନବ୍ୟାପେ ତାହା ସୁନିଶ୍ଚିତ ହେବା ଆବଶ୍ୟକ ବୋଲି ମୋଦି କହିଛନ୍ତି।

ଏଥିସହ ଆଫଗାନିସ୍ତାନ ସ୍ଥିତିରୁ ଅନ୍ୟ କୌଣସି ଦେଶ ନିଜର ସ୍ୱାର୍ଥ ପାଇଁ ଫାଇଦା ଉଠାଇବାକୁ ଯେପରି ଉଦ୍ୟମ ନକରନ୍ତି ତାକୁ ମଧ୍ୟ ସୁନିଶ୍ଚିତ କରିବା ଆବଶ୍ୟକ। ଆଫଗାନିସ୍ତାନର ଜନତା, ମହିଳା, ଶିଶୁ ଓ ସଂଖ୍ୟାଲଘୁ ସହାୟତା ଆବଶ୍ୟକ କରୁଛନ୍ତି । ତାଙ୍କୁ ସହାୟତା କରିବା ଆମ କର୍ତ୍ତବ୍ୟ ବୋଲି କହିଛନ୍ତି ମୋଦି । ସେହିପରି ଭାରତ ପ୍ରଥମ କୋଭିଡ୍‌ ଡିଏନଏ ଟିକା ବିକଶିତ କରିଥିବା ୟୁଏନଜିଏକୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଦୁନିଆର ସବୁ ଟିକା ନିର୍ମାତାଙ୍କୁ ଭାରତରେ ଟିକା ଉତ୍ପାଦନ କରିବାକୁ ନିମନ୍ତ୍ରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.