୭୪ତମ ସ୍ବାଧୀନତା ଦିବସରେ ଡିଜିଟାଲ ହେଲଥ୍‌ ମିଶନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି, ମହାମାରୀ ପାଇଁ ୩ଟି ଭ୍ୟାକସିନ୍‌ ପରୀକ୍ଷଣ ଚାଲିଥିବା ନେଇ ଦେଲେ ଶୁଭ ସୂଚନା

କେନ୍ଯୁଜ୍: ୭୪ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ଡିଜିଟାଲ ହେଲଥ୍‌ ମିଶନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ସମସ୍ତଙ୍କୁ ମିଳିବ ଡିଜିଟାଲ ହେଲଥ୍‌ ଆଇଡି । ସମସ୍ତଙ୍କ ସ୍ୱାସ୍ଥ୍ୟ ସୂଚନା ଡିଜିଟାଲ ଭାବେ ରହିବ । ସୂଚନା ମୁତାବକ ହେଲଥ୍‌ ଆଇଡିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ । ଡିଜିଟାଲ ହେଲଥ୍‌ ମିଶନ ସ୍ୱାସ୍ଥ୍ୟ କ୍ଷେତ୍ରରେ କ୍ରାନ୍ତି ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ କରୋନା ମହାମାରୀ ପାଇଁ ୩ଟି ଭ୍ୟାକସିନ୍‌ ପରୀକ୍ଷଣ ଚାଲିଥିବା କହିଛନ୍ତି ମୋଦି । ବୈଜ୍ଞାନିକଙ୍କ ଗ୍ରୀନ୍‌ ସିଗନାଲକୁ ଅପେକ୍ଷା କରାଯାଇଛି । ଗ୍ରୀନ୍‌ ସିଗନାଲ ମିଳିବା ପରେ ଅଧିକ ମାତ୍ରାରେ ଟିକା ଆରମ୍ଭ ହେବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.