ଟ୍ଵିଟରରେ ନିଜ ପ୍ରୋଫାଇଲ୍‌ ପିକ୍‌ଚର ବଦଳାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ କି ଫଟୋ ଲଗାଇଲେ

କରୋନା ଭାଇରସ୍‌ ବିପକ୍ଷରେ ଭାରତ ଏବେ ଜୋରଦାର ଲଢ଼େଇ ଜାରି ରଖିଛି। ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକାକରଣ ଶେଷ ହୋଇଛି। ଭାରତରେ ଇତିମଧ୍ୟରେ ୧୦୦ କୋଟି ଲୋକ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଲେଣି। ଏଥିସହ ଭାରତ ଏକ ନୂଆ ଇତିହାସ ମଧ୍ୟ ରଚିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକାକାରଣର ଏହି ନୂଆ ଇତିହାସକୁ ମୋଦି ଭାରତୀୟ ବିଜ୍ଞାନ, ଉଦ୍ୟମ ଓ ୧୩୦ କୋଟି ଭାରତୀୟଙ୍କ ସାମୂହିକ ବିଜୟ ବୋଲି କହିଛନ୍ତି।

ତେବେ ସବୁଠାରୁ ଖାସ୍‌ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଏ ଅବସରରେ ନିଜ ଟ୍ଵିଟର ହ୍ୟାଣ୍ଡେଲର ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇଛନ୍ତି। ସେ ନିଜ ପ୍ରୋଫାଇଲ ଫଟୋରେ ଭାରତରେ ଏହି ଉପଲବ୍ଧି ସହ ଜଡ଼ିତ ଫଟୋ ଲଗାଇଛନ୍ତି। ନୂଆ ଫଟୋରେ ୧୦୦ କୋଟି ଟିକାକରଣ ପୂର୍ଣ୍ଣ ହୋଇଥିବାରୁ ସେ ଭାରତର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୧୦୦ କୋଟି ଟିକାକରଣ ସମ୍ପୂର୍ଣ୍ଣ ହେବା ଅବସରରେ ପିଏମ୍‌ ମୋଦି ରାମ ମନୋହର ଲୋହିୟା ହସ୍ପିଟାଲ ଯାଇଥିଲେ। ସେ ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ, ଡାକ୍ତର, କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ମଧ୍ୟ ଉପସ୍ଥିତ ଥିଲେ।


କେନ୍ଦ୍ର ମନ୍ତ୍ରୀ ଏ ଅବସରରେ ଟ୍ଵିଟ୍‌ କରି ଏହି ଉପଲବ୍ଧି ହାସଲ କରିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକ୍ଷମ ନେତୃତ୍ୱର ପରିଣାମ ହେଉଛି ଏହି ସଫଳତା। ସେ ଲେଖିଛନ୍ତି, ଅଭିନନ୍ଦନ ଭାରତ! ଏହା ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥ ନେତୃତ୍ୱର ଫ୍ରତିଫଳନ। ଏ ଅବସରରେ ଦକ୍ଷିଣ-ପୂର୍ବ ଏସିଆରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ପୁନମ୍‌ କ୍ଷେତ୍ରପାଲ ସିଂହ ମଧ୍ୟ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.