ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଦେହରାଦୁନ ଏବଂ ଦିଲ୍ଲୀ ମଧ୍ୟରେ ଚାଲିବ । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନର ଉଦଘାଟନ କରିଛନ୍ତି ।

(କେନ୍ୟୁଜ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଦେହରାଦୁନ ଏବଂ ଦିଲ୍ଲୀ ମଧ୍ୟରେ ଚାଲିବ । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନର ଉଦଘାଟନ କରିଛନ୍ତି । ଏହାପୂର୍ବରୁ ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଉତ୍ତରପ୍ରଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୫୦୦୦ କୋଟି ଟଙ୍କା ଆସିଛି। ସେ କହିଛନ୍ତି ଯେ ଋଷିକେଶରୁ କର୍ଣ୍ଣପ୍ରୟାଗ ପର୍ଯ୍ୟନ୍ତ ୧୨୫ କିଲୋମିଟର ଲମ୍ବା ରେଳ ଲାଇନର କାମ ଚାଲିଛି। ଏହି ରେଳ ଲାଇନରେ ୧୦୪ କିଲୋମିଟର ସୁଡ଼ଙ୍ଗ ରହିଛି । ସେ କହିଛନ୍ତି ଯେ ରାଜ୍ୟ ପାଇଁ ଏହା ଏକ ଖୁସି ଖବର ଯେ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ଠାରୁ ଦେହରାଦୁନରୁ ଯାତ୍ରା ଆରମ୍ଭ କରୁଛି । ରେଳ ମନ୍ତ୍ରୀ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଲୋକଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଟ୍ରେନ୍ ରେ ବିଭିନ୍ନ ସୁବିଧା ରହିଛି । ଯାତ୍ରୀମାନେ ଯାତ୍ରା କରିବା ସମୟରେ ବିଭିନ୍ନ ପ୍ରକାର ସୁବିଧା ପାଇ ପାରିବେ ବୋଲି ଆଶା କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ କରି କହିଛନ୍ତି ଯେ ଉତ୍ତରପ୍ରଦେଶ ସହିତ ସଂଯୋଗ ବୃଦ୍ଧି ପାଇବାକୁ ଯାଉଛି। ଆଜି ସକାଳ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେହେରାଦୁନରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ସୁବଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନୀ ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉତ୍ତରପ୍ରଦେଶ ରେଳ ଷ୍ଟେସନରେ ଉପସ୍ଥିତ ଥିବା ଜଣା ପଡ଼ିଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉତ୍ତରାଖଣ୍ଡରେ ନୂତନ ବିଦ୍ୟୁତକରଣ ରେଳ ଲାଇନ ବିଭାଗର ଉଦଘାଟନ କରିବେ । ଏହା ସହିତ ରାଜ୍ୟର ସମଗ୍ର ରେଳ ମାର୍ଗ ଶତପ୍ରତିଶତ ବିଦ୍ୟୁତକରଣ ହେବ । ବୈଦୁତିକ ରାସ୍ତା ସହିତ ବିଦ୍ୟୁତକରଣ ବିଭାଗରେ ଚାଲୁଥିବା ଟ୍ରେନ୍ ଗୁଡ଼ିକର ଗତି ଏବଂ ପରିବହନ କ୍ଷମତା ବୃଦ୍ଧି କରିବ |

Leave A Reply

Your email address will not be published.