ବାହାରିନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ରାଜାଙ୍କ ସହ କରିବେ ସାକ୍ଷାତ

ନୂଆଦିଲ୍ଲୀ : ବାହାରିନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାହାରିନ ରାଜାଙ୍କ ସହ ସାକ୍ଷାତ କରିବେ । ତାସହ ସେଠାରେ ଥିବା ଦୁଇ ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ । ଗତକାଲି ସେ ପ୍ରତିପକ୍ଷ ପ୍ରିନ୍ସ ଖଲିଫାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବାହାରିନ ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଗତକାଲି ବାହାରିନର ନ୍ୟାସନାଲ୍ ଷ୍ଟାଡିୟମରେ ଭାରତୀୟ ସମୁଦାୟକୁ ସମ୍ବର୍ଦ୍ଧିତ କରିଥିଲେ ମୋଦି ।

Modi in Bahrain ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଓ ବାହାରିନ୍ ସମ୍ପର୍କ ପାଞ୍ଚ ହଜାର ବର୍ଷ ପୁରୁଣା । ଏବେ ଏକବିଂଶ ଶତାବ୍ଦୀରେ ହଜାରେ ବର୍ଷର ପୁରୁଣା ସମ୍ପର୍କରୁ ଅଧିକ ସତେଜ କରିବାକୁ ହେବ । ଭାରତର ଡିଜିଟାଲ୍ କାରବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହାସହ ମୋଦି କହିଥିଲେ ବାହାରିନରେ ମିଳିଥିବା ସ୍ୱାଗତ ସମ୍ବର୍ଦ୍ଧନା ଦେଖି ଭାରତରେ ଥିବା ଭଳି ମନେ ହେଉଛି ।