କୋଭିଡ ସହ ଲଢେଇ ହେବ କିନ୍ତୁ ଲକଡାଉନ କରି ନୁହେଁ, ଜୀବନ ସହ ଜୀବିକା ବି ନିହାତି ଆବଶ୍ୟକ: ମୋଦି

କେନ୍ୟୁଜ୍(ବ୍ୟୁରୋ): ଦେଶରେ ଲକଡାଉନ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍‌ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଏକଥା ସ୍ପଷ୍ଟ ହୋଇଛି । କରୋନା ମୁକାବିଲା ସହ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ଗତିବିଧି ଉପରେ ଫୋକସ୍‌ କରିଛନ୍ତି । କରୋନା ବେଳେ ଯେଭଳି ଅର୍ଥନୈତିକ କାର୍ଯ୍ୟକଳାପ ସହ ଜୀବିକା ଯେଭଳି ପ୍ରଭାବିତ ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାରଣ ଜୀବନ ସହ ଜୀବିକା ବି ନିହାତି ଆବଶ୍ୟକ ।

ଲୋକାଲ୍‌ କଣ୍ଟେନମେଣ୍ଟ ଜରିଆରେ ମୁକାବିଲା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ ସବୁଠୁ ବଡ଼ ଅସ୍ତ୍ର ହେଉଛି ଟିକା । ସେହିପରି ପାରମ୍ପରିକ ଘରୋଇ ଉପଚାର ବି ଉପଯୋଗୀ ହୋଇପାରିବ । ତୃତୀୟ ଲହର ମୁକାବିଲା ପାଇଁ ମେଡିକାଲ୍‌ ଭିତ୍ତିଭୂମିର ବୃଦ୍ଧି କରାଯାଇଛି । ଓମିକ୍ରନକୁ ନେଇ ଦେଶବାସୀଙ୍କୁ ସତର୍କ କରାଇଛନ୍ତି ମୋଦି । ଚଳିତ ମାସରେ ଦେଶରେ ସଂକ୍ରମଣ ଅଢ଼େଇ ଲକ୍ଷ ମୁହାଁ ହୋଇଛି । କରୋନା ଗ୍ରାଫ ଦେଖି ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍‌ ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଚାଲିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.