ଦୁଇ ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (କେନ୍ୟୁଜ୍) : ଦୁଇ ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଠମାଣ୍ଡୁରେ ଆୟୋଜିତ ଦୁଇ ଦିନିଆ ‘ବିମ୍ସଟେକ୍’ ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ‘ବିମ୍ସଟେକ୍’ସମ୍ମିଳନୀର ଆୟୋଜକ ନେପାଳର ରାଷ୍ଟ୍ରପତି ଦିବ୍ୟାଦେବୀ ଭଣ୍ଡାରୀଙ୍କୁ ଭେଟିବେ । ଆସନ୍ତାକାଲି ସମ୍ମିଳନୀର ଉଦ୍ୟାପନୀ ହେବ । ସମ୍ମିଳନୀ ପରେ ଯୁଗ୍ମ ଘୋଷଣାପତ୍ର ଜାରି କରାଯିବ । ବଙ୍ଗୋପସାଗର କୂଳରେ ଅବସ୍ଥାପିତ ଦକ୍ଷିଣ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶ ମାନଙ୍କ ମଧ୍ୟରେ ଆର୍ଥିକ ସହଯୋଗ ପ୍ରତିଷ୍ଠା କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।