ସଫାଇ କର୍ମଚାରୀଙ୍କ ପାଦ ଧୋଇଲେ ପ୍ରଧାନମନ୍ତ୍ରୀ, ନିର୍ବାଚନ ପୂର୍ବରୁ କୁମ୍ଭରେ ପକାଇଲେ ବିଶ୍ବାସର ବୁଡ

ସଫାଇ କର୍ମଚାରୀଙ୍କ ପାଦ ଧୋଇଲେ ପ୍ରଧାନମନ୍ତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁମ୍ଭମେଳାରେ । କୁମ୍ଭମେଳାରେ ଏହି ସଫାଇକର୍ମଚାରୀଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ରହିଛି । ତେଣୁ ଏମାନଙ୍କୁ ସମ୍ମାନିତ କରିବା ସହ ପାଦ ମଧ୍ୟ ଧୋଇଛନ୍ତି ମୋଦି । ଏହା ସହ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାର ତ୍ରିବେଣୀ ସଙ୍ଗମରେ ବୁଡ଼ ମଧ୍ୟ ଲଗାଇଛନ୍ତି ମୋଦି । ଏହା ସହ ଏହି ପବିତ୍ର ସଙ୍ଗମରେ ପୂଜା ମଧ୍ୟ କରିଥିଲେ । ତେବେ ମୋଦିଙ୍କ ସହ ଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଲୋକସଭା ନିର୍ବାଚନ ପୂର୍ବରୁ ବେଶ୍ ମହତ୍ବପୂର୍ଣ୍ଣ ରହିଛି ମୋଦିଙ୍କ ଏହି ପ୍ରୟାଗରାଜ ଗସ୍ତ । ଏହା ପୂର୍ବରୁ ଅମିତ୍ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବିଜେପି ନେତା ଏଠାରେ ବୁଡ ପକାଇ ସାରିଛନ୍ତି ।