ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣି ରୁଷ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଆସନ୍ତା ୨୨-୨୩ରେ ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ।  ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥର କାଜାନରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବ ରୁଷିଆ ।

ସମ୍ମିଳନୀରେ ଯୋଗ ଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ପୁଟିନ ।  ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରି ପାରନ୍ତି ।  ମୋଦିଙ୍କ ରୁଷ ଗସ୍ତ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ରୁଷ ଗସ୍ତରେ ଯାଇଥିଲେ । ସେଠାରେ ସେ  ଦୁଇ ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲାଡିଭୋଷ୍ଟୋକ୍‌ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପଞ୍ଚମ ଇଷ୍ଟ ଇକୋନୋମିକ୍‌ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୋଦି ।

ଏଥିପାଇଁ ରୁଷ ରାଷ୍ଟ୍ରପତି ପୁଟିନ ତାଙ୍କୁ ନିମନ୍ତ୍ରଣ କରିଥିଲେ । ବ୍ଲାଡିଭୋଷ୍ଟୋକ୍‌ ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏହି ଫୋରମର ଅନ୍ୟ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।