ସଂସଦରେ ସମ୍ବିଧାନ ବିତର୍କରେ ଉଦବୋଧନ ବେଳେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ  : ସଂସଦରେ ସମ୍ବିଧାନ ବିତର୍କରେ ଉଦବୋଧନ ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବିଧାନ ଏକତାର ପ୍ରତୀକ, ହେଲେ କ୍ରୀତଦାସ ମାନସିକତା ଭାରତର ବିବିଧତାକୁ ଟାର୍ଗେଟ କରୁଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପରିବାରବାଦ ପ୍ରସଙ୍ଗ ଉଠାଇ ନେହେରୁଙ୍କ ଠାରୁ ଇନ୍ଦିରା ଓ ରାଜୀବଙ୍କୁ ସମାଲୋଚନା କଲେ। ନାଁ ନନେଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି। ଗତ ୬ ଦଶନ୍ଧିରେ ୭୫ ଥର ସମ୍ବିଧାନକୁ ବଦଳାଯାଇଛି , ଜରୁରୀ ପରିସ୍ଥିତିରେ ଦେଶକୁ ଜେଲ ଖାନା କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଆଜି ସମ୍ବିଧାନ ଜଣେ ସାଧାରଣ ଲୋକକୁ ଦେଶର ପ୍ରଧାନମନ୍ତ୍ରୀ କରିଛି । ଆଜି ସମ୍ବିଧାନ ଉପରେ ଚର୍ଚ୍ଚା କରିବାର ସୁଯୋଗ ମିଳିଛି ବୋଲି ମୋଦି କହିଛନ୍ତି । ଅଭିଭାଷଣ ବେଳେ ବାବା ସାହେବ ଆମ୍ବେଦକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ । ଭାରତର ଗଣତନ୍ତ୍ର ବିଶ୍ବ ପାଇଁ ପ୍ରେରଣା । ମହିଳା ସଶକ୍ତ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ହୋଇଛି। ମହିଳାଙ୍କୁ ପ୍ରଥମରୁ ଭୋଟ ଅଧିକାର ଦିଆଯାଇଛି ।

ପ୍ରତିକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବୃଦ୍ଧି ପାଇଛି। ଭାରତ ବିଶ୍ବର ତୃତୀୟ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ। ଭାରତରେ ବିବିଧତାକୁ ଉତ୍ସବରୂପେ ପାଳନ କରାଯାଏ । ବିବିଧତା ଆମ ଜୀବନର ଅଙ୍ଗ ପାଲଟିଛି । ଭାରତର ଏକତାକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି । ଅନୁଚ୍ଛେଦ-୩୭୦ ଏକତାର ପ୍ରତିବନ୍ଧକ ଥିଲା। ଏକତାକୁ ସୁଦୃଢ଼ କରିବାକୁ ଅନୁଚ୍ଛେଦ-୩୭୦ ହଟାଗଲା । ୱାନ ନେସନ ୱାନ ରାସନ ଲାଗୁ କରାଯାଇଛି । ୱାନ ନେସନ ୱାନ ଟ୍ୟାକ୍ସ ପାଇଁ ଜିଏସଟି ଅଣାଯାଇଛି । ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ଗୁରୁତ୍ବ ଦିଆଯାଉଛି । ମାତୃଭାଷାରେ ଜଣେ ଇଞ୍ଜିନିୟର ହୋଇପାରିବ ବୋଲି ମୋଦି କହିଛନ୍ତି ।