ଦ୍ଵିତୀୟ ଥର ପାଇଁ ବାପା-ମା’ ହେବାର ସୁଖ ଲାଭ କରିଛନ୍ତି ପ୍ରିନ୍ସ ହ୍ୟାରି ଓ ମେଗନ୍ ମର୍କଲ, ଘରକୁ ଆସିଲା କୁନି ପରୀ

ଦ୍ଵିତୀୟ ଥର ପାଇଁ ବାପା-ମା’ ହେବାର ସୁଖ ଲାଭ କରିଛନ୍ତି ପ୍ରିନ୍ସ ହ୍ୟାରି ଓ ମେଗନ୍ ମର୍କଲ। ମେଗନ୍ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବ୍ରିଟେନର ଡ୍ୟୁକ ପ୍ରିନ୍ସ ହ୍ୟାରି ନିଜ ଝିଅ ନାଁ ରାଣୀ ଏଲିଜାବେଥ୍ ଓ ନିଜ ମା’ ପ୍ରିନ୍ସେସ ଡାଏନାଙ୍କ ନାଁରେ ଲିଲିବେଟ୍ ଡାଏନା ରଖିଛନ୍ତି।

ପ୍ରିନ୍ସ ହ୍ୟାରି ଓ ମେଗନ୍ ମର୍କଲଙ୍କ ପ୍ରବକ୍ତା ରବିବାର ଦିନ ସୂଚନା ଦେଇଛନ୍ତି ଯେ ଦମ୍ପତି ନିଜ ଦ୍ଵିତୀୟ ସନ୍ତାନ ଲିଲିବେଟ୍ ‘ଲିଲି’ ଡାଏନା ମାଉଣ୍ଟବେଟନ୍-ଉଇଣ୍ଡସରଙ୍କୁ ସ୍ୱାଗତ କରିଛନ୍ତି। ଝିଅ ସୁସ୍ଥ ଅଛି ଓ ତାଙ୍କ ଓଜନ ରହିଛି ପ୍ରାୟ ୩.୪୯ କେଜି। ତେବେ ରାଜକୁମାରୀଙ୍କ କୌଣସି ଫଟୋ ପରିବାର ତରଫରୁ ଏବେ ଯାଏଁ ଜାରି ହୋଇନାହିଁ।

ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ପୂର୍ବେ ପ୍ରିନ୍ସ ହ୍ୟାରି ଓ ମେଗନ୍ ମର୍କଲ ପ୍ରଥମ ଥର ପିତା-ମାତା ହୋଇଥିଲେ। ମେ ୬ ରେ ମେଗନ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.