ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ, ମାର୍ଚ୍ଚ ସୁଦ୍ଧା ଘରୋଇ ଡାକ୍ତରଖାନାକୁ ମିଳିବ କୋଭିଡ୍ ଭ୍ୟାକସିନ୍

ମାର୍ଚ୍ଚ ସୁଦ୍ଧା ଘରୋଇ ଡାକ୍ତରଖାନା ଓ କମ୍ପାନୀକୁ ମିଳିବ କରୋନା ଟିକା। ଭାରତରେ ଦୁଇଟି କରୋନା ଟିକାକୁ ଅନୁମୋଦନ ମିଳିଥିବା ବେଳେ ଦେଶରେ ଖୁବଶୀଘ୍ର ଟିକାଦାନ ଆରମ୍ଭ ହେବ। ଏନେଇ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓ୍ଵାଲା କହିଛନ୍ତି, ମାର୍ଚ୍ଚ ସୁଦ୍ଧା ଘରୋଇ ଡାକ୍ତରଖାନା ଓ କମ୍ପାନୀଗୁଡ଼ିକ ଟିକା ପାଇପାରିବେ। ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପ୍ରାୟ ୫ କୋଟି ଟିକା ପ୍ରସ୍ତୁତ କରି ରଖିଛି ।
ଭ୍ୟାକସିନ୍ ଦାମକୁ ନେଇ ମଧ୍ୟ ପୁନାଓ୍ବାଲା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଅକ୍ସଫୋର୍ଡ ଭ୍ୟାକ୍ସିନ୍ ସରକାରଙ୍କୁ ୨୦୦ ଟଙ୍କାରେ ଦିଆଯିବାକୁ ଥିବା ବେଳେ ଲୋକମାନଙ୍କୁ ଏହି ଟିକା ୧୦୦୦ ଟଙ୍କାରେ ମିଳିବ। ପୁନେରେ ସିରମ ଇନଷ୍ଟିଚ୍ଯୁଟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ପ୍ରସ୍ତୁତ ଚାଲିଛି। ରବିବାର ଡ୍ରଗ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଭାରତରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି।