ମୋଦିଙ୍କ ବଡ଼ ଘୋଷଣା : ବେସରକାରୀ ମେଡିକାଲ କଲେଜରେ ନିଆଯିବ ସରକାରୀ ଆଡମିଶନ୍‌ ଫି

ନୂଆଦିଲ୍ଲୀ : ଦେଶର ସମସ୍ତ ବେସରକାରୀ ମେଡିକାଲ କଲେଜର ଅଧା ସିଟ୍‌ରେ ଛାତ୍ର ଛାତ୍ରୀ ସରକାରୀ କଲେଜ ଫି ଅନୁଯାୟୀ ଆଡମିଶନ୍‌ କରି ପାରିବେ । ଏହା ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।

ଏହି ସୁବିଧା ଫଳରେ ଅନେକ ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ର ଛାତ୍ରୀ ଲାଭବାନ୍‌ ହେବେ । କିଛି ଦିନ ପୂର୍ବରୁ ନେସନାଲ ମେଡିକାଲ କମିଶନ୍‌ (ଏନ୍‌ଏମ୍‌ସି) ଏକ ମେମୋରେଣ୍ଡମ ପ୍ରକାଶ କରି ବେସରକାରୀ ଏବଂ ଡିମ୍‌ଡ ବିଶ୍ୱବିଦ୍ୟାଳୟମାନେ ସେମାନଙ୍କ ମେଡିକାଲ କଲେଜରେ ୫୦ ପ୍ରତିଶତ ସିଟ୍‌ରେ ପିଲାମାନଙ୍କୁ ସରକାରୀ ମେଡିକାଲ କଲେଜ ଫି’ରେ ଆଡମିଶନ୍‌ କରିବେ । ଆଉ ଆଜି ୟୁକ୍ରେନ୍‌ର ଫେରିଥିବା ଅନେକ ଭାରତୀୟ ମେଡିକାଲ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ମୋଦି ଏ ନେଇ ଟ୍ଵିଟ୍‌ କରିଛନ୍ତି ।