‘ରାଜ୍ୟର ଶାନ୍ତି ଭାଙ୍ଗିଲେ ବଜରଙ୍ଗ ଦଳ ଓ RSSକୁ ଆମେ ବ୍ୟାନ୍ କରିଦେବୁ…’; ବଡ଼ ବୟାନ ଦେଲେ ପ୍ରିୟାଙ୍କ ଖରଗେ
ପ୍ରିୟାଙ୍କ ଖରଗେ କହିଛନ୍ତି ଯେ ଯଦି ରାଜ୍ୟର ଶାନ୍ତି ଭଙ୍ଗ ହୁଏ, ତେବେ ତାଙ୍କ ସରକାର ବଜରଙ୍ଗ ଦଳ ଏବଂ RSS ଭଳି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ପୁଅ ପ୍ରିୟାଙ୍କ ଖରଗେ ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (RSS)କୁ ନେଇ ବଡ଼ ବୟାନ ଦେଇଛନ୍ତି। ପ୍ରିୟାଙ୍କ କହିଛନ୍ତି ଯେ ଯଦି ରାଜ୍ୟର ଶାନ୍ତି ଭଙ୍ଗ ହୁଏ, ତେବେ ତାଙ୍କ ସରକାର ବଜରଙ୍ଗ ଦଳ ଏବଂ RSS ଭଳି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବ। ଯଦି ବିଜେପି ନେତୃତ୍ୱକୁ ଏହା ଗ୍ରହଣୀୟ ଲାଗୁ ନାହିଁ, ତା’ ହେଲେ ସେମାନେ ପାକିସ୍ତାନ ଯାଇପାରନ୍ତି।
ପ୍ରିୟାଙ୍କ ଖରଗେ କହିଛନ୍ତି, ଆମେ କର୍ଣ୍ଣାଟକକୁ ସ୍ୱର୍ଗ କରିବାକୁ ପ୍ରତିଶ୍ରୁତି ଦେଇଛୁ। ଯଦି ଶାନ୍ତି ଭଙ୍ଗ ହୁଏ, ତେବେ ଆମେ ବିଚାର କରିବୁ ନାହିଁ ଯେ ତାହା ବଜରଙ୍ଗ ଦଳ କି RSS। ଯେତେବେଳେ ବି ଆଇନ ହାତକୁ ନିଆଯିବ, ପ୍ରତିବନ୍ଧକ ଲାଗୁ କରାଯିବ।
ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ, ଆମେ ବଜରଙ୍ଗ ଦଳ ଏବଂ RSS ସମେତ କୌଣସି ବି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବୁ। ପ୍ରିୟାଙ୍କ ଆହୁରି କହିଛନ୍ତି କି, ଯଦି ବିଜେପିକୁ ଏଥିରେ ଅସୁବିଧା ହେଉଛି, ତା’ ହେଲେ ସେମାନଙ୍କୁ ପାକିସ୍ତାନ ଯିବାକୁ ଦିଅନ୍ତୁ।
ଏହା ବ୍ୟତୀତ ସେ କହିଥିଲେ ଯେ ସରକାର ହିଜାବ, ହଲାଲ କଟା ଏବଂ ଗୋହତ୍ୟା ଆଇନ ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କରିବେ।