ଭରତପୁର ଘଟଣାରେ ବିଜେପିକୁ ସମାଲୋଚନା କଲେ ପ୍ରିୟଙ୍କା ଓ ରାହୁଲ

ଭାରତରେ ଭରତପୁର ଝଡ ।  ଭୁବନେଶ୍ୱରର ଭରତପୁର ଥାନାରେ ସେନା ମେଜର ଓ ବାନ୍ଧବୀଙ୍କ ସହ ପୋଲିସର ବିବାଦ ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା ।  ଏହି ଘଟଣାରେ ବିଜେପିକୁ ଘେରିଛି କଂଗ୍ରେସ ।  ପ୍ରଧାନମନ୍ତ୍ରୀ ୧୭ ତାରିଖରେ ଭୁବନେଶ୍ୱରରେ ମହିଳା ସଶକ୍ତିକରଣ ଓ ସୁରକ୍ଷାକୁ ନେଇ ପ୍ରତିଶ୍ରୁତିର ବନ୍ୟା କରିଥିଲେ ।  ହେଲେ ଏହି ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଭରତପୁର ଥାନାରେ ପୋଲିସ ମାଡରେ ଜଣେ ମହିଳା ଆହତ ହେବା ଦେଶର ଆଇନବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ବିଜେପି ସରକାରରେ ମହିଳାଙ୍କ ବିରୋଧରେ ଅପରାଧ ଅନିୟନ୍ତ୍ରିତ ହୋଇ ପଡିଥିବା ରାହୁଲ କହିଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ ବିଜେପି ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି। ସେହିପରି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଭିକେ ସିଂହ ଘଟଣାକୁ ଲଜ୍ଜାଜନକ ଓ ଭୟଙ୍କର ବୋଲି କହିଛନ୍ତି ।  ଅଭିଯୁକ୍ତ ପୋଲିସଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like