କୁସ୍ତିଯୋଦ୍ଧାଙ୍କ ସହିତ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧି, କହିଲେ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛନ୍ତି ସରକାର
ପୋଲିସ ଦେଉନିFIR କପି । ଦେଶର ଯେଉଁ ଝିଅ ପଦକ ଜିତି ଗୌରବ ଆଣୁଛି, ସେହି ଝିଅ ଆଜି ରାସ୍ତାରେ ଆନ୍ଦୋଳନ କରୁଛି । ଏମିତି କହି କୁସ୍ତିଯୋଦ୍ଧା ଆନ୍ଦୋଳନରେ ଜନ୍ତରମନ୍ତରରେ ସାମିଲ ହେଲେ ପ୍ରିୟଙ୍କା ଗାନ୍ଧି ।
କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରିୟଙ୍କା । କୁସ୍ତିଯୋଦ୍ଧା ଦେଉଥିବା ଧାରଣାରେ ସାଙ୍ଗ ହୋଇ ବସିଛନ୍ତି ପ୍ରିୟଙ୍କା। କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜ ଭୂଷଣ ସିଂଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରେଜିଷ୍ଟ୍ରର ହୋଇଛି। ପ୍ରିୟଙ୍କାଙ୍କୁ ଖେଳାଳିମାନେ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ।
ପ୍ରିୟଙ୍କା କହିଛନ୍ତି, ୨ଟି ଏଫଆଇଆର ରେଜିଷ୍ଟ୍ରର ହୋଇଛି । କିନ୍ତୁ ତା’ର କପି ଏପର୍ଯ୍ୟନ୍ତ ମିଳିନାହିଁ । ଏଫଆଇଆରରେ କ’ଣ ଲେଖାଯାଇଛି କିଛି କୁହାଯାଇନାହିଁ । ଏମାନେ ମେଡାଲ ଜିତି ଆଣୁଥିବା ବେଳେ ପ୍ରଶଂସା ପାଉଥିବା ବେଳେ ଏବେ ସଡ଼କରେ ବସି ଆନ୍ଦୋଳନ କରୁଛନ୍ତି, ତାହା କେହି ଶୁଣିବାକୁ ଅରାଜି । ଏପର୍ଯ୍ୟନ୍ତ WFI ର ମୁଖ୍ୟ ଇସ୍ତଫା ଦେଇନାହାନ୍ତି । ଯାଞ୍ଚ ଆରମ୍ଭ ହୋଇଛି କିନ୍ତୁ ତାଙ୍କୁ ପଦରୁ ହଟାଯାଇନାହିଁ ।
#WATCH | “I don’t have any expectations from the PM, because if he is worried about these wrestlers, then why has he not talked to them or met them yet. Why the govt is trying to save him (Brij Bhushan Sharan Singh…,” says Congress leader Priyanka Gandhi Vadra in Delhi pic.twitter.com/XLDpIruQHv
— ANI (@ANI) April 29, 2023
ବଜରଙ୍ଗ ପୁନିଆଙ୍କ ଅଭିଯୋଗ:
ରେସଲର ବଜରଙ୍ଗ ପୁନିଆ ଶନିବାର ଦିନ ପୁଣି ଥରେ ପୋଲିସ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ସେ କିଛି ସାମଗ୍ରୀ ଅର୍ଡର କରିଛନ୍ତି କିନ୍ତୁ ପୋଲିସ ସେମାନଙ୍କୁ ବିରୋଧ ସ୍ଥଳକୁ ଆଣିବାକୁ ଅନୁମତି ଦେଉନାହିଁ।
ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି କୁସ୍ତି ଯୋଦ୍ଧା । ଭିନେଶ ଫଗୋଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଅନେକ କୁସ୍ତଯୋଦ୍ଧା ରାସ୍ତାରେ କରୁଛନ୍ତି ବ୍ୟାୟାମ । ରାତିରେ ଏଠାରେ ଖାଇବା, ଶୋଇବା କରିବା ପରେ ଏବେ ରାସ୍ତା ମଝିରେ ବ୍ୟାୟାମ ମଧ୍ୟ କରୁଛନ୍ତି ।
ତେବେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ୭ ଜଣ ମହିଳା କୁସ୍ତି ଯୋଦ୍ଧା ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି । ତେଣୁ ମହିଳା କୁସ୍ତି ଯୋଦ୍ଧାଙ୍କ ଜୀବନକୁ ବିପଦ ରହିଛି ବୋଲି ବଜରଙ୍ଗ ପୁନିଆ କହିଛନ୍ତି । ସେ କହିଛନ୍ତି, କୁସ୍ତି ସଂଘର ଲୋକ ଘରକୁ ଆସି ପ୍ରଲୋଭନ ଦେଉଛନ୍ତି । ତେବେ ଯଦି ଅଭିଯୋନ କରିଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ କିଛି ବିପଦ ଆସେ, ତେବେ ଦିଲ୍ଲୀ ପୋଲିସ ଏବଂ ସରକାରୀ ଦାୟୀ ହେବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଏହାର ୩ ମାସ ପୂର୍ବରୁ ମଧ୍ୟ ସେମାନେ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। କିନ୍ତୁ ଜଣେ ନେତା ତାଙ୍କୁ ଆସନ ଛାଡିବାକୁ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କ୍ରୀଡ଼ା ମନ୍ତ୍ରଣାଳୟର କମିଟିରୁ ତଦନ୍ତ ରିପୋର୍ଟ ମାଗିଛି। କ୍ରୀଡ଼ା ମନ୍ତ୍ରଣାଳୟ କମିଟି ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ଯାଞ୍ଚ କରିସାରିଛି।