ମହିଳାଙ୍କୁ ପ୍ରିୟଙ୍କାଙ୍କ ଆହ୍ଵାନ : ପୁରୁଷଙ୍କ ଠାରୁ କ୍ଷମତା ଛଡ଼ାଇ ଆଣ, ତାହାହେଲେ ଯାଇ ସୁରକ୍ଷିତ ରହି ପାରିବ

ନୂଆଦିଲ୍ଲୀ : ଉନ୍ନାଓ ପୀଡ଼ିତାଙ୍କୁ ପରିବାର ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏହି ଅବସରରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ସେ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ଠାରୁ କ୍ଷମତା ଛଡ଼ାଇ ଆଣିଲେ ଯାଇ ସୁରକ୍ଷିତ ରହି ପାରିବେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କରି ଏଭଳି କହିଛନ୍ତି । ଏଠାରେ ଆଜି କଂଗ୍ରେସ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ପ୍ରିୟଙ୍କା କହିଛନ୍ତି ଯେ ମହିଳାଙ୍କ ପ୍ରତି ଅପରାଧ ଘଟଣାରେ ଉତ୍ତର ପ୍ରଦେଶର ଦେଶରେ ଏକ ନମ୍ବର । ତେଣୁ ଯୋଗୀ ସରକାର ଏଭଳି ଘଟଣାକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରି ପଦକ୍ଷେପ ନେବା ଉଚିତ ।

ସେପଟେ ମହିଳାମାନେ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଲଢ଼ି ପୁରୁଷମାନଙ୍କ ପ୍ରତିପତ୍ତି କ୍ଷୁଣ୍ଣ କଲେ ଯାଇ ନିଜେ ସେମାନେ ସୁରକ୍ଷିତ ରହି ପାରିବେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.