ଲୋକସଭାରେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ, ବର୍ତ୍ତମାନ ସଂସଦରେ ଦେଖିବାକୁ ମିଳିବ ଗାନ୍ଧୀ ପରିବାରର ତିନି ସଦସ୍ୟ

ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ଏକ ଫିକା ଧଳା ରଙ୍ଗର କେରଳୀ କସାବୁ ଶାଢ଼ୀ ପିନ୍ଧି ଆଜି ସଂସଦରେ ପ୍ରବେଶ କରିଥିଲେ ପ୍ରିୟଙ୍କା ଗାନ୍ଧୀ । କେରଳ ୱାଇନାଡ ଆସନରୁ ୪ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରିୟଙ୍କା । ରାହୁଲ ଗାନ୍ଧୀଙ୍କ ୱାୟନାଡ ଆସନ ଛାଡିବା ପରେ ସେଠାରେ ଉପନିର୍ବାଚନ ହୋଇଥିଲା ।  ବର୍ତ୍ତମାନ ସଂସଦରେ ଗାନ୍ଧୀ ପରିବାରର ତିନି ସଦସ୍ୟ ।  ସୋନିଆ ଗାନ୍ଧୀ ରାଜ୍ୟସଭା ସାଂସଦ ଥିବା ବେଳେ ରାହୁଲ ଓ ପ୍ରିୟଙ୍କା ଲୋକସଭା ସାଂସଦ ।

ସଂସଦରେ କେବଳ ଗାନ୍ଧୀ ପରିବାର ନୁହଁ, ଅଖିଳେଶ ଯାଦବ କନୌଜରୁ ସାଂସଦ ଥିବା ବେଳେ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ମୈନପୁରୀରୁ ସାଂସଦ ଅଛନ୍ତି। ପପୁ ଯାଦବ ପୁର୍ଣ୍ଣିଆରୁ ସ୍ବାଧୀନ ସାଂସଦ ଥିବା ବେଳେ ତାଙ୍କ ପତ୍ନୀ ରଞ୍ଜିତା ରଞ୍ଜନ ରାଜ୍ୟସଭା ସାଂସଦ ଅଛନ୍ତି । ସେପଟେ ପ୍ରିୟଙ୍କାଙ୍କ ସହ ଶପଥ ନେଇଛନ୍ତି କଂଗ୍ରେସରୁ ନାନ୍ଦେଡ ସାଂସଦ ରବୀନ୍ଦ୍ର ବସନ୍ତରାଓ ଚୌହ୍ୱାନ । ନାନ୍ଦେଡରୁ ୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଦାନରେ ଜିତିଥିଲେ ରବୀନ୍ଦ୍ର ବସନ୍ତ ରାଓ ।  ନାନ୍ଦଡରେ କଂଗ୍ରେସର ବସନ୍ତରାଓ ଚୌହ୍ୱାନଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା ।

You might also like