ସାପ ସହିତ ଖେଳିବା ମାମଲାରେ ପ୍ରିୟଙ୍କାଙ୍କୁ ମିଳିଲା କ୍ଳିନ୍ ଚିଟ୍

ଲକ୍ଷ୍ନୋ : ଗତ ୨ ମଇରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାପ ସହିତ ହନସାର ପୁରଓ୍ୱା ଗାଁରେ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ କୌଣସି ମାମଲା ରୁଜୁ ହୋଇନଥିଲେ ମଧ୍ୟ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଦ ପ୍ରିଭେନସନ୍ ଅଫ୍ କ୍ରୁଏଲିଟି ଟୁ ଏନିମଲ୍ ଏବଂ ଦ ୱାଇଲ୍ଡ ଲାଇଫ୍ ପ୍ରୋଟେକସନ୍ ଆକ୍ଟ ଜରିଆରେ ଡିଏମ୍ ଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଯାଞ୍ଚରେ ପ୍ରିୟଙ୍କା ଭଦ୍ରାଙ୍କୁ କ୍ଳିନଚିଟ୍ ଦିଆଯାଇଛି । ମାମଲାରେ ଦୁଇଜଣ ସାପ ଧରାଳୀଙ୍କ ବିରୋଧରେ ବନ ବିଭାଗ, ବିଭାଗୀୟ ମାମଲା ରୁଜୁ କରି ରିପୋର୍ଟ କୋର୍ଟକୁ ପଠାଇ ଦେଇଛନ୍ତି ।

priyankaବନ ବିଭାଗ ଏସଡିଓ ବିଏମ୍ ଶୁକ୍ଳା ମାମଲାର ଯାଞ୍ଚ କରିଛନ୍ତି । ଅଭିଯୋଗ କରାଯାଇଥିଲା କି ପ୍ରିୟଙ୍କା ସାପକୁ ନିଜ ହାତରେ ଧରିଥିଲେ । ଡିଏମ୍ ନେହା ଶର୍ମା ମାମଲାରେ ବନ ବିଭାଗକୁ ଯାଞ୍ଚ କରି ତଦନ୍ତ କରିବାକୁ ଆଦେଶ ଦେଇଥିଲେ । ଗାଁ ଲୋକେ ପଚରାଉଚରା ସମୟରେ କହିଥିଲେ କି, ପ୍ରିୟଙ୍କା ୨ ମଇକୁ ନିର୍ବାଚନ ପ୍ରଚାର ସମୟରେ ଏଠାରେ କିଛି ସମୟରେ ରହିଥିଲେ । ଏହି ସମୟରେ ସାପ ଧରାଳୀମାନେ ସାପକୁ ଧରି ପ୍ରଦର୍ଶନୀ କରୁଥିଲେ । ଯାଞ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ, କେଉଁଠି ବି ପ୍ରିୟଙ୍କାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ । ଯାଞ୍ଚ ଅଧିକାରୀ ଦୁଇ ସାପ ଧରାଳୀଙ୍କୁ ନୋଟିସ୍ ଦେଇ ଜବାବ ମାଗିଥିଲେ। କିନ୍ତୁ ଜବାବ ନଦେବା କାରଣରୁ ଉଭୟଙ୍କ ବିରୋଧରେ ବିଭାଗୀୟ ମାମଲା ରୁଜୁ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.