କେରଳରେ ଥମିଛି ବର୍ଷା, ବଢ଼ିଛି ଦୁର୍ଦ୍ଦଶା

କୋଚି : ବର୍ଷା, ବନ୍ୟା ଓ ଭୂସ୍ଖଳନ ଥରାଇ ଦେଇଛି ସାରା କେରଳ ରାଜ୍ୟକୁ । ଏତେ ସହଯୋଗ ଓ ସହାୟତା ସତ୍ତ୍ବେ ସୁଧୁରି ପାରିନି ପୀଡ଼ିତଙ୍କ ସ୍ଥିତି । ବର୍ଷା ଛାଡ଼ିବା ପରେ ଉଦ୍ଧାର କାର୍ଯ ଆହୁରି ତ୍ବରାନ୍ବିତ ହୋଇଛି । ଅନେକ ସ୍ଥାନରୁ ମ୍ତଦେହ ଉଦ୍ଧାର କରାଯାଇଛି । ତେବେ ପରବର୍ତ୍ତୀ ସମସ୍ୟହେଉଛି ପାନୀୟ ଜଳ ଓ ମହାମାରୀ । ଏସବୁକୁ ଦ୍ଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସେମାନଙ୍କ ଡାକ୍ତରୀ ଦଳ ପଠାଇଛନ୍ତି । କେନ୍ଦ୍ର ସରକାର କେରଳର ଏହି ପରିସ୍ଥିତିକୁ ‘ଗମ୍ଭୀର ଦୈବୀ ଦୁର୍ବିପାକ’ ଘୋଷଣା କରିଛନ୍ତି । ଏହି ଭୟଙ୍କର ବିପର୍ଯୟରେ ଏପର୍ଯନ୍ତ ୨୧୫ ଜଣଙ୍କର ମ୍ତ୍ୟୁ ହୋଇଥିବା ବେଳେ ୩୮୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ରିଲିଫ କ୍ୟାମ୍ପରେ ଅଛନ୍ତି ୬ ଲକ୍ଷରୁ ଊର୍ଦ୍ଧ୍ବ ଲୋକ । ରାଜ୍ୟରେ ମୋଟ ୨୯୭୧ଟି ରିଲିଫ କାମ୍ପ କରାଯାଇଛି ।
ବଢୁଛି ସହାୟତାର ହାତ
ମହାରାଷ୍ଟ୍ର ସରକାର ୨୦ ଟଙ୍କା ସହାୟତା ଘୋଷଣା କରିବା ସହ ଏକ ଶହେ ଜଣିଆ ଡାକ୍ତରୀ ଦଳ ପଠାଇଛନ୍ତି । କେନ୍ଦ୍ର ସରକାର ୯୦ ପ୍ରକାର ଅତ୍ୟାବଶ୍ୟକ ଔଷଧ ପଠାଯିବା ସହ କେରଳରେ ୩୭୫୭ଟି ମେଡିକାଲ କ୍ୟାମ୍ପ ଖୋଲିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡା ସୂଚନା ଦେଇଛନ୍ତି । କୁଇକ୍ ରେସପନ୍ସ ମେଡିକାଲ ଟିମ୍ ମଧ୍ୟ ଖୁବ୍ ଶୀଘ୍ର କାମରେ ଲାଗିବ ବୋଲି ସେ କହିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ଡବଲ୍ୟୁଏଚ୍ଓ’ର ଏକ ୧୩ ଜଣିଆ ଟିମ୍ ପହଞ୍ଚି ସାରିଛି । କ୍ଷତିଗ୍ରସ୍ତ ୧୩ଟି ଜିଲ୍ଲାରେ ରହି ସେମାନେ ଏହି ସମୟରେ ବାପୁଥିବା ମହାମାରୀ ଉପରେ ନଜର ରଖିବେ ।
ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଆର୍ଥିକ ସହାୟତା ସହ ଅନ୍ୟ ସହାୟତା ମଧ୍ୟ ପଠାଇ ଚାଲିଛନ୍ତି । ଦକ୍ଷିଣ ଭାରତର ଫିଲ୍ମ ଷ୍ଟାର ସମସ୍ତେ ଆର୍ଥିକ ସହାୟତା ଦେଇଛନ୍ତି । ଷ୍ଟାରମାନେ ପ୍ରାୟ କୋଟି କୋଟି ଟଙ୍କା ଦାନ କରିଛନ୍ତି । ତେବେ କେରଳ ଷ୍ଟାର ଟି. ଥୋମାସ ନିଜେ କାନ୍ଧରେ ବୋଝ ବୋହି ରିଲିଫ ବାଣ୍ଟିଛନ୍ତି ।ସେପଟେ ବାମ ଦଳ ତରଫରୁ ଗାଁ ଗାଁ ବୁଲି ଚାନ୍ଦା ସଂଗ୍ରହ କରାଯାଉଛି । କେରଳରେ ଜଣେ ସିପିଆଇଏମ୍ ମହିଳା କର୍ମୀ ନିଜ ସୁନା କାନଫୁଲ ଦାନ କରିଛନ୍ତି । ସେହିଭଳି ବ୍ୟକ୍ତିଗତ ସ୍ତରରେ ଅନେକ ଲୋକ ନିଜ ସାମର୍ଥ୍ୟ ଅନୁଯାୟୀ ଅର୍ଥ ଓ ଜିନିଷପତ୍ର ଦାନ କରିଛନ୍ତି । ସୁପ୍ରିମ୍ କୋର୍ଟର ବିଚାରପତିମାନେ ମଧ୍ୟ ସହାୟତା ଦେବେ ବୋଲି ମୁଖ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଛନ୍ତି ।
ପ୍ରତିବନ୍ଧକ ହେଉଛି ସୋସିଆଲ ମିଡିଆ ଗୁଜବ
ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ବିଭିନ୍ନ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଉଛି ।ଯାହାଳରେ ଉଦ୍ଧାର ଓ ରିଲିଫ କାର୍ଯରେ ପ୍ରତିବନ୍ଧକ ସ୍ଷ୍ଟି ହୋଉଛି । ସେ ସବୁକୁ ବିଶ୍ବାସ ନକରିବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ୍ ନିବେଦନ କରିଛନ୍ତି । ଏହା ସହିତ ଏଭଳି ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତେ ଏକାଠି ହୋଇ ଏହି ବିପତ୍ତିର ମୁକାବିଲା କରିବାକୁ ସେ ନିବେଦନ କରିଛନ୍ତି । ଗତ ୫ ଦିନ ହେବ ସେଭଳି ବନ ଧରଣର ବର୍ଷା ହୋଇନାହିଁ । କିନ୍ତୁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଥଇଥାନ କାର୍ଯକ୍ରମ ।
ମାନବିକତା
କେରଳରେ ଏହି ମହାବିପତ୍ତି ବେଳେ ଅନେକ ଲୋକ ମାନବିକତାର ପରିଚୟ ଦେଇଛନ୍ତି । ବିଶେଷ କରି କେରଳର ଧିବରମାନେ ଶହ ଶହ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରି ‘ହିରୋ’ର ଆଖ୍ୟା ପାଇଛନ୍ତି ।