ରାମ-ସୀତା ଏବଂ ରାବଣ ଭୂମିକାରେ ରହି କରୁଥିଲେ ଆପତ୍ତିଜନ ଦୃଶ୍ୟ, ବନ୍ଧାହେଲେ ମଞ୍ଚସ୍ଥ ଛାତ୍ର ଓ ପ୍ରଫେସର

ଏହି ନାଟକରେ ଆପତ୍ତିଜନକ ସମ୍ବାଦ ଏବଂ ଦୃଶ୍ୟ ଥିଲା । ଯାହା ଧାର୍ମିକ ଭାବନାକୁ ଅନେକ ମାତ୍ରାରେ ଆଘାତ ଲାଗିଛି । ଆରଏସଏସରେ ସମ୍ବଦ୍ଧ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପଦାଧିକାରୀ ଏବଂ ପୁନେ ବିଶ୍ୱବିଦ୍ୟାଳୟର ଲଳିତ କଳା କେନ୍ଦ୍ରର ଛାତ୍ରଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟା ନାଟକର ମଞ୍ଚସ୍ଥକୁ ନେଇ ମାଡପିଟ୍‌ ଗଣ୍ଡଗୋଳ ହେଲା । ଯାହାପରେ ଘଟଣାର ସୂଚନା ପୋଲିସ ପାଇଲା ।

ମହଙ୍ଗା ପଡିଲା ଭଗବାନ ରାମ, ମାତା ସିତା ଏବଂ ରାବଣ ଚରିତ୍ରକୁ କଟାକ୍ଷ କରିବା । ଆପତ୍ତିଜନକ ଚିତ୍ରିତ କରିବାକୁ ନେଇ ମହାରାଷ୍ଟ୍ରର ପୁଣେ ପୋଲିସ କଡା କାଯ୍ୟାନୁଷ୍ଠାନ ନେଇଛି । ପୁନେ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏବଂ ପାଞ୍ଚ ଜଣ ଛାତ୍ରଙ୍କୁ ରାମଲୀଲା ଉପରେ ଆଧାରିତ ଏକ ନାଟକ ମଞ୍ଚସ୍ଥ କରି ଧାର୍ମିକ ଭାବନାକୁ ଆଘାତ କରିବା ଉଦ୍ଦେଶ୍ୟରେ ଗିରଫ କରାଯାଇଛି ।

ଏହି ନାଟକରେ ଆପତ୍ତିଜନକ ସମ୍ବାଦ ଏବଂ ଦୃଶ୍ୟ ଥିଲା । ଯାହା ଧାର୍ମିକ ଭାବନାକୁ ଅନେକ ମାତ୍ରାରେ ଆଘାତ ଲାଗିଛି । ଆରଏସଏସରେ ସମ୍ବଦ୍ଧ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପଦାଧିକାରୀ ଏବଂ ପୁନେ ବିଶ୍ୱବିଦ୍ୟାଳୟର ଲଳିତ କଳା କେନ୍ଦ୍ରର ଛାତ୍ରଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟା ନାଟକର ମଞ୍ଚସ୍ଥକୁ ନେଇ ମାଡପିଟ୍‌ ଗଣ୍ଡଗୋଳ ହେଲା । ଯାହାପରେ ଘଟଣାର ସୂଚନା ପୋଲିସ ପାଇଲା ।

ଯାହାପରେ ପୋଲିସ ମାମଲା ରୁଜୁ କରି ଗିରଫ କଲା । ତେବେ ପୋଲିସ ଯେଉଁ ଲୋକଙ୍କ ଉପରେ ମାମଲା ରୁଜୁ କରିଛି, ସେମାନଙ୍କ ମଧ୍ୟରୁ ଲଳିତ କଳା କେନ୍ଦ୍ରର ପ୍ରମୁଖ ଡା. ପ୍ରବୀଣ ଦତ୍ତାତ୍ରୟ ଭୋଲେ, ନାଟକର ଲେଖକ ଭାବେଶ ପାଟିଲ, ନିର୍ଦ୍ଦେଶକ ଜୟ ପେଧନେକର ଏବଂ ଅଭିନେତା ପ୍ରଥମେସ ସାବନ୍ତ, ହୃଷିକେଶ ଦଲବୀ, ୟସ ଚିଖଲେ ଏବଂ ଅନ୍ୟମାନେ ସାମିଲ ଅଛନ୍ତି । ଏହି ସମସ୍ତଙ୍କ ବିରୁଦ୍ଧରେ ଧାରା ୨୯୫ଏ, ୨୯୪, ଆଇପିସି ଧାରା ୧୪୫ (ବେଆଇନ୍‌ ସଭା), ୧୪୭ (ଦଙ୍ଗା), ୧୪୯, ୩୨୩, ୧୧୬,୧୧୭ (ଅପରାଧ କରିବା ପାଇଁ ପ୍ରବର୍ତ୍ତାଇବା) ଏବଂ ସିଗାରେଟ ଏବଂ ଅନ୍ୟ ତବାକୁ ଉତ୍ପାଦ ଅଧିନିୟମ ଧାରା ଦ୍ୱାରା ମାମଲା ରୁଜୁ କରାଯାଇଛି ।

ଏଫଆଇଆର ଅନୁଯାୟୀ ହାରପୁଡେ ଏବଂ ତାଙ୍କ ସାଙ୍ଗମାନେ ଶୁକ୍ରବାର ସନ୍ଧ୍ୟାରେ ଛାତ୍ରଙ୍କ ନାଟକ ଦେଖିବା ପାଇଁ ଏସପିପିୟୁ ପରିସରରେ ଲଳିତ କଳା କେନ୍ଦ୍ରର ଓପନ ଥିଏଟରକୁ ଯାଇଥିଲେ । ନାଟକରେ ଯାହାଙ୍କର ନାଁ ଜବ୍‌ ଓ୍ଵି ମେଟ୍‌ ଥିଲା, ସେ କଥିତ ଭାବେ କଳାକାରଙ୍କ ଦ୍ୱାରା ଆପତ୍ତିଜନକ ଏବଂ ଅପମାନଜନକ ଶବ୍ଦ ଏବଂ ଟିପ୍ପଣି ଦେଉଥିଲେ । ଖାଲି ସେତିକି ନୁହେଁ ସୀତା ଭୂମିକାରେ ଥିବା ଅଭିନେତା ନାଟକ ସମୟରେ ମଞ୍ଚ ଉପରେ ଧୂମ୍ରପାନ କରୁଥିଲେ ।

ଯେତେବେଳେ ଏହାକୁ କିଛି ପିଲା ବିରୋଧ କଲେ ସେତେବେଳେ ଲଳିତ କଳଳା କେନ୍ଦ୍ରର ଅଭିନେତା ଏବଂ ଛାତ୍ର ତାଙ୍କ ସହ ଦୁର୍ବ୍ୟବହାର କଲେ ଏବଂ ତାଙ୍କୁ ପିଟିଲେ ମଧ୍ୟ । ତେବେ ପୋଲିସ କିଛି ଛାତ୍ରଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ କରୁଛି । ତେବେ ଏହାରି ଭିତରେ ସେହି ସମୟରେ ଦୃଶ୍ୟ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି ।