ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଇ ଚେୟାରରେ ବସିଥିଲେ ପ୍ରଫେସର, ହଠାତ୍ ହୃଦଘାତରେ ଚାଲିଗଲା ଜୀବନ

ୟୁପିର କାନପୁରରେ ଜଣେ ପ୍ରଫେସରଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସେ ଆଇଆଇଟି କାନପୁର ଏବଂ ସିଏସଜେଏମ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକ ଜାତୀୟ ସମ୍ମେଳନରେ ଭାଗ ନେବାକୁ ଆସିଥିଲେ । ଏହି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ସେଠାରେ ଥିବା ଲୋକମାନେ ତୁରନ୍ତ ସିପିଆର୍ ଦେଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା ।

ଅମରକଣ୍ଟକର ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଜନଜାତୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ବି.ଏନ୍. ମିଶ୍ରାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ସେ ଫେବୃୟାରୀ ୨ରେ ଏହି ସମ୍ମେଳନରେ ଭାଗ ନେବାକୁ ଆସିଥିଲେ ।

ସମ୍ମେଳନର ଉଦଯାପନୀ ଅଧିବେଶନରେ ପ୍ରଫେସର ମିଶ୍ରା ଦର୍ଶକ ଗ୍ୟାଲେରୀରେ ବସି ଭାଷଣ ଶୁଣୁଥିଲେ । ଏହି ସମୟରେ ହଠାତ୍ ତାଙ୍କୁ ହୃଦଘାତ ଆସିଥିଲା । ଘଟଣାସ୍ଥଳରେ ତାଙ୍କୁ ସିପିଆର୍ ଦିଆଯାଇଥିଲା । ଏହାପରେ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ମେଳନ ଚାଲିଥିବା ବେଳେ ପ୍ରଫେସର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପାର୍ଶ୍ଵରେ ବସିଥିବା ଜଣେ ମହିଳା ଜୋରରେ ପାଟି କରି ସମସ୍ତଙ୍କୁ ଡାକିଥିଲେ । ତୁରନ୍ତ ତାଙ୍କୁ ସିପିଆର୍ ଦେବାକୁ ଚେଷ୍ଟା କରାଯାଇଥିଲା । ଏହାପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ତାଙ୍କୁ କାର୍ଡିଓଲୋଜି ସୁପର ସ୍ପେଶିଆଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଆଖି ବୁଜିଥିଲେ । ପ୍ରଫେସରଙ୍କ ମୃତ୍ୟୁରେ ବିଶ୍ୱବିଦ୍ୟାଳୟରେ ଶୋକର ଛାଇ ଖେଳିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବିବାହ ମଞ୍ଚରେ ବନ୍ଧୁଙ୍କୁ ଦେଉଥିଲେ ଉପହାର, ହୃଦଘାତରେ ଚାଲିଗଲା ଯୁବକଙ୍କ ପ୍ରାଣବାୟୁ

You might also like