କରୋନାକୁ ନେଇ ବହୁତ ଜଲଦି ଖୁଲାସା କରିଥାନ୍ତେ ଚୀନ ରିସର୍ଚ୍ଚର, ଗୁଳି କରି କରାଗଲା ହତ୍ୟା

ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ ପ୍ରଥମେ ଚୀନର ହୁଆନ ସହରରୁ ଆରମ୍ଭ ହୋଇଥିଲା। ଏଥିରେ ଅଧିକାଂଶ ଦେଶ ଚୀନକୁ ଦାୟୀ କରୁଥବା ବେଳେ ଚୀନ ଏହି ଅଭିଯୋଗକୁ ଖଣ୍ଡନ କରୁଛି। ସୂଚନା ମୁତାବକ ବର୍ତ୍ତମାନ ସେଠାରେ କରୋନାରେ ଜଡିତ ଜଣେ ରିସର୍ଚ୍ଚଙ୍କର ହତ୍ୟା ପରେ ଏହି ପ୍ରଶ୍ନ ଉଠିଛି।

CHINA1ରିପୋର୍ଟ ଅନୁଯାୟୀ ପେଟସବର୍ଗ ମେଡିକାଲ ସେଣ୍ଟରରେ କାମ କରୁଥିବା ରିସର୍ଚ୍ଚର ଡାକ୍ତର ବିଂଗ ଲିଓ କରୋସନା ଭାଇରସକୁ ନେଇ ରିସର୍ଚ୍ଚ କରିଥିଲେ। ବିଂଗ ଲିଓ ରିସର୍ଚ୍ଚ କରିଥିବା ତଥ୍ୟକୁ ସାର୍ବଜନିକ କରିବାକୁ ଥିବାବେଳେ ଏହା ପୂର୍ବରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହିକାରଣରୁ ବର୍ତ୍ତମାନ ପ୍ରଶ୍ନ ଉଠିଛି କ’ଣ ସେ ଏପରି କିଛି ଜଣାଇବାକୁ ଚାହୁଁଥିଲେ ଯାହା ଚୀନରେ କିଛି ଲୋକମାନେ ଚାହୁଁନଥିଲେ।
ବିଂଗ ଲିଓଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ଶେଷରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ ୩୭ ବର୍ଷିୟ ବିଂଗ ଲିଓ ରାଁସ ଅଞ୍ଚଳରେ ଏକୁଟିଆ ଏକ ଆପାର୍ଟମଣ୍ଟେରେ ରହୁଥିବା ବେଳେ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରିପୋର୍ଟ ଅନୁଯାୟୀ ଲିଓଓଙ୍କ ମୁଣ୍ଡ, ବେକ ଏବଂ ଶରୀରର ଅନ୍ୟ ଅଂଶକୁ ଗୁଳି କରାଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

LABୟୁନିଭରସିଟି ଅଫ୍ପିଟସବର୍ଗ ମେଡିକାଲ ସେଣ୍ଟର ରିସର୍ଚ୍ଚର(ଗବେଷକ) ଲିଓଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ସେ କରୋନା ଭାଇରସକୁ ନେଇ ଏକ ବଡ ଅନେ୍ଵଷଣ ପାଖାପାଖି ପହଞ୍ଚିସାରିଥିଲେ ଏବଂ ବହୁତ ଜଲଦି ଏହାର ଚିକିତ୍ସା ବିଷୟରେ ମଧ୍ୟ ତଲାସ କରିଥାନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.