ଭାରତର ବାରୁଦରେ ପାକିସ୍ତାନ ଧୂଆଁ, ଏୟାରଷ୍ଟ୍ରାଇକର ଦେଖନ୍ତୁ ୩ଟି ପ୍ରମାଣ

ଏୟାର ଷ୍ଟ୍ରାଇକ ପରେ ଭୟରେ ପାକିସ୍ତାନ । ଜୈସି -ଏ – ମହମ୍ମଦ ଠାରୁ ଆରମ୍ଭ କରି ଲସ୍କର-ଏ-ତୋୟବା ଭଳି ସଂଙ୍ଗଠନ ମଧ୍ୟରେ ହଡବଡ ବ୍ୟାପିଯାଇଛି । ୨୬ ଫ୍ରେବୃଆରୀରେ ପାକିସ୍ତାନ ଦ୍ବାରା ପରିଚାଳିତ ଆତଙ୍କି କ୍ୟାମ୍ପ ଉପରେ ହମଲା କରି ପାକିସ୍ତାନ ଭୂମିକୁ ଧୂଆଁ କରିଦେଇଛି ବାୟୁସେନା । ପାକିସ୍ତାନ ଯେପରି ଭାଷାରେ ଜବାବ ଚାହୁଁଛି ଏବେ ଭାରତ ସେମିତି ଭାଷାରେ ଜବାବ ଦେଉଛି । ଆଉ ସେପର୍ଯ୍ୟନ୍ତ ଦେବ ଯେପର୍ଯ୍ୟନ୍ତ ପାକିସ୍ତାନ ସୁଧରି ନାହିଁ । ଏପରି କହିଛନ୍ତି ଭାରତର ବାୟୁସେନା ମୁଖ୍ୟ ବି.ଏସ .ଧନୱା ।
ଏକ ସାମ୍ବାଦିକ ସମ୍ମିଳନୀରେ ବାୟୁ ସେନାର ମୁଖ୍ୟ ସେହି ସବୁ ପ୍ରଶ୍ନର ଉତ୍ତର ଦେଇଛିନ୍ତି ଯାହା କିଛିଦିନ ହେବ ଦେଶର ରାଜନୀତିକୁ ସରଗରମ କରି ରଖିଛି ।ଏୟାର ଷ୍ଟ୍ରାଇକର ପ୍ରମାଣ ଓ ମୃତ ଆତଙ୍କୀ ମାନଙ୍କ ସଂଖ୍ୟା ସବୁର ଉତ୍ତର ଦେଇଛନ୍ତି ଯାହା ଦେଶର ସବୁ ନାଗରିକଙ୍କୁ ଜାଣିବା ଜରୁରୀଥିଲା ।
ପ୍ରବି.ଏସ ଧନୱା ପ୍ରଥମ ପ୍ରମାଣ ଦେବାକୁ ଯାଇ କହିଛନ୍ତି –
୧-ଆମେ ମାନେ ଟାର୍ଗେଟ ପୁରା କରିଛୁ, କେତେ ଆତଙ୍କୀ ମରିଛନ୍ତି ତାହା ଗଣିବା ଆମର କାମ ନୁହେଁ ।
୨-ଜଙ୍ଗଲରେ ଆକ୍ରମଣ କରିଥିଲେ ପାକିସ୍ତାନ ପଲଟା ଆକ୍ରମଣ କରି ପାରିନଥାନ୍ତା ।
୩-ଆମେ ମିଗ ବିମାନର ଅତ୍ୟାଧୁନୀକ ଟେକନିକରେ ପାକିସ୍ତାନର ଏଫ-୧୬କୁ ଖସେଇବାରେ ସାମର୍ଥ୍ୟ ହେଲୁ ।
ଯେଉଁ ସମୟରେ ବାୟୁସେନା ତରଫରୁ ଉତ୍ତର ଦିଆଯାଇଥିଲା କି, ସେମାନେ ଟାାର୍ଗେଟ ପୁରଣ କରିଛନ୍ତି ଆଉ ମୃତକଙ୍କ ସଂଖ୍ୟା ଗଣିବା ତାଙ୍କ କାମ ନୁହେଁ । ଠିକ ସେହି ସମୟରେ ଅହମ୍ମଦାବାଦର ନିର୍ବାଚନ ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ସାହା ୨୫୦ ଆତଙ୍କୀଙ୍କୁ ସେନା ନିହିତ କରିଛି କହିବା ପରେ ଜାତୀୟ ରାଜନୀତିରେ ହଇଚଇ ମଚାଇଛି ।
ଏହା ସତ ଯେ,ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ନଷ୍ଟଭ୍ରଷ୍ଟ ହୋଇଯାଇଛି । କିନ୍ତୁ ଏହା ସଠିକ ହୋଇନି କେତେ ଆତଙ୍କବାଦୀଙ୍କୁ ମାଟିରେ ମିଶା ଯାଇଛି । ଆତଙ୍କୀଙ୍କ ସଂଖ୍ୟା କେତେ ଥିଲା ଏହା କେହିବି ସଠିକ ଆକଳନ କରି ପାରି ନାହିଁ କିନ୍ତୁ ବିଜେପି ଅଧ୍ୟକ୍ଷ ଅମିତ ସାହା ଏହାର ପ୍ରମାଣ କେଉଁଠୁ ପାଇଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି ଅମିତ ସାହାଙ୍କ ପାଖରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା କେଉଁଠି ଆସିଲା ?କେବଳ ଏତିକି ନୁହେଁ ପଞ୍ଜାବ ସରକାରେ ମନ୍ତ୍ରୀ ଥିବା ନବଜାତ ସିଂହ ସିଦ୍ଧୁ ଟ୍ବୀଟି କରି ଲେଖିଛନ୍ତି , ତିନି ଶହ ଆତଙ୍କବାଦୀ ନିପାତ ହୋଇଛନ୍ତି କି ନାହିଁ ? ଉଦ୍ଧେଶ୍ୟ କଣ ଥିଲା ? ଆତଙ୍କୀ ମାରିବାକୁ ଯାଇଥିଲ ନା ଗଛ ଉପାଡିବାକୁ ଯାଇଥିଲ ? ଏହା କଣ ନିର୍ବାଚନୀ ଷ୍ଟଣ୍ଟ ଥିଲା ? ଆଉ କଟାକ୍ଷ କରି ଲେଖିଛନ୍ତି ‘ଉଚ୍ଚୀ ଦୁକାନ ଫିକା ପକବାନ‘ ।
ବିଜେପି ଏୟାର ଷ୍ଟ୍ରାଇକକୁ ନେଇ ବୃଥା ରାଜନୀତି କରୁଥିବାର ଆରୋପ ଆଣିଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ କଂଗ୍ରେସ ଉପରେ ସମାନ୍ତରାଳ ଆରୋପ ଲଦିଛି । ଏହି ପୁରା ରାଜନୀତି ଭିତରେ ଅଜି କିନ୍ତୁ ବାୟୁସେନା ର ମୁଖ୍ୟ ସବୁ ରହସ୍ୟ ଉପରୁ ପରଦା ଉଠେଇ ଦେଇ କହିଛନ୍ତି ଆମେ ଟାର୍ଗେଟ ପୁରା କରିଛୁ । ମର ଶରୀର ଗଣିବା ଆମ କାମ ନୁହେଁ ।ବାୟୁ ସେନା ମୁଖ୍ୟଙ୍କ ଏହି ବୟାନ ପ୍ରଶ୍ନ କରୁଥବା ବ୍ୟକ୍ତିଙ୍କ ଉତ୍ତର ମିଳିଯାଇଥିବାର ଚର୍ଚ୍ଚା ହେଉଛି ।