ଝାଡଖଣ୍ଡରେ ୧୦୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ କଲା ଆୟକର ବିଭାଗ

ରାଞ୍ଚି : ଝାଡ଼ଖଣ୍ଡରେ ଇନକମ ଟ୍ୟାକ୍ସ ଏକ ବଡ଼ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି । ଏଥିରେ ୧୦୦ କୋଟି ଟଙ୍କା ନିବେଶ ହୋଇଥିବା ଖବର ମିଳିଛି । ଇନକମ ଟ୍ୟାକ୍ସ ବିଭାଗ ୩ ଦିନ ଧରି ଏଠାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଏଠାରେ ପ୍ରାୟ ୫୦ ରୁ ଅଧିକ ସ୍ଥାନରେ ରେଡ କରିବ ସହ ୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।

ଏହି ରେଡ ରାଞ୍ଚି, ଗୋଡ୍ଠା, ବୈରମୋ, ଟୁମୁକା, ଜାମସେଦପୁର, ଚାଇବାସାର ଅଲବା ବିହାର ଆଦି ସ୍ଥାନରେ ହୋଇଥିଲା । ଆୟକର ବିଭାଗ ୧୬ ଟି ବ୍ୟାଙ୍କ ଲକର ଯାଞ୍ଚ ପାଇଁ ତାଲିକା କରିଛି । ଏଥିସହିତ ନଗଦ ୨ କୋଟି ଟଙ୍କା ଜବତ କରିଥିବା ଆୟକର ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.