ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଆରା ବିକ୍ଷୋଭ: ଭୋପାଳ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ କାନ ଧରି ହେଲେ ବସଉଠ

ଭୋପାଳ: କାନ ଧରି ବସଉଠ । ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଆରା ବିକ୍ଷୋଭ। ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ହାତରେ ରାକ୍ଷୀ ଥାଳି ଧରି ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଏପରିକି ଶିକ୍ଷୟିତ୍ରୀମାନେ କାନ ଧରି ବସଉଠ ହେଉଥିବା ଦେଖିବାକୁ ମିଳିଛି।

ନିଯୁକ୍ତପତ୍ର ଦାବିରେ ଧାରଣା ଦେଇଛନ୍ତି ଶିକ୍ଷକ। ୨୦୧୮ରେ ୨୨ହଜାର ଯୁବକ ଯୁବତୀଙ୍କୁ ଶିକ୍ଷକଶିକ୍ଷୟିତ୍ରୀ ଭାବେ ମନୋନୀତ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ନିଯୁକ୍ତି ପତ୍ର ମିଳିନି। ପ୍ରାୟ ୩ବର୍ଷ ହେଲାଣି ସେମାନେ ନିଯୁକ୍ତି ପତ୍ର ପାଇଁ ଅପେକ୍ଷା କରି ରହିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବ୍ୟକ୍ତିଗତ ଭାବେ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ନଦେଲେ ଧାରଣାରୁ ହଟିବୁନି ବୋଲି କହିଛନ୍ତି ବିକ୍ଷୋଭକାରୀ।

Leave A Reply

Your email address will not be published.