କୋଲକାତାରେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ, ପଶ୍ଚିମବଙ୍ଗ ସମେତ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁରେ ଡାକ୍ତରଙ୍କ ଦିନିକିଆ ଧର୍ମଘଟ

କୋଲକାତା(କେନ୍ୟୁଜ୍) : କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦ। ପଶ୍ଚିମବଙ୍ଗ ସମେତ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ, ହାଇଦ୍ରାବାଦ, ବିହାରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଦିନିକିଆ ଧର୍ମଘଟ ଚଳାଇଛନ୍ତି। ସମର୍ଥନ କରିଛି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌। ସେହିପରି ଦିଲ୍ଲୀ ମେଡିକାଲ୍‌ ଆସୋସିଏସନ୍‌ ସମେତ ପାଟଣା, ପଶ୍ଚିମବଙ୍ଗ, ରାୟପୁର ଓ ଭୁବନେଶ୍ୱର ଏମ୍ସ ଡାକ୍ତର ବି ଧର୍ମଘଟ କରିଛନ୍ତି। ଭୁବନେଶ୍ୱର ଏମ୍ସରେ ତିନି ଘଣ୍ଟିଆ ଆନ୍ଦୋଳନରେ ବସିଛନ୍ତି ଡାକ୍ତର।

doctor strike ସାରା ଦେଶରେ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରୋଗୀ ସେବା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। କୋଲକାତାର ଏନଆରଏସ୍‌ ମେଡିକାଲ କଲେଜରେ ଦୁଇ ଜଣ ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲା। ଏହାପରେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଚଳାଇଛନ୍ତି ଜୁନିଅର୍‌ ଡାକ୍ତର। ଚାରି ଦିନ ହେଲାଣି ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତର ଆନ୍ଦୋଳନ ଚଳାଇଥିବା ବେଳେ ବ୍ୟାହତ ହୋଇଛି ରୋଗୀ ସେବା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ ସତ୍ତ୍ୱେ ଆନ୍ଦୋଳନକାରୀ ମାନୁ ନାହାନ୍ତି। ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ସଂଘ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.