ବିଦ୍ୟୁତ ଅଭାବରୁ ଲିବିଆର ସଂସଦ ଭବନରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ପାକିସ୍ତାନ ପରେ ବର୍ତ୍ତମାନ ଲିବ୍ୟାରେ ଦେଖା ଦେଇଛି ସଙ୍କଟ। ଏମିତିକି ଦେଶର ରାଜନୈତିକ ଅସ୍ଥିରତା ଏବଂ ପ୍ରବଳ ରାଗି ଯାଇ ବିଦ୍ୟୁତ୍ ସଙ୍କଟ ଯୋଗୁଁ କ୍ରୋଧିତ ହୋଇ ପଶ୍ଚିମ ରାଜଧାନୀ ତ୍ରିପୋଲିରେ ଲୋକମାନେ ଗତ ଆଠ ବର୍ଷ ମଧ୍ୟରେ ସବୁଠାରୁ ବଡ ପ୍ରଦର୍ଶନ କରିଥିଲେ।

କିନ୍ତୁ ଏହା ପରେ ସେମାନେ ସ୍ଲୋଗାନ ଦେଇ ଟୋବ୍ରୁକର ଠାରେ ଥିବା ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି। ଟୋବ୍ରୁକରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନେ ଦେଶକୁ ବିଶ୍ୱାସଘାତକତା କରିବା ସହ ଜନସାଧାରଣଙ୍କ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ କରିଥିଲେ। ପରେ ସଶସ୍ତ୍ର ବାହିନୀ ସେଠାରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ସେଠାରୁ ହଟାଇ ଦେଇଥିଲେ। ଏହି ଘଟଣାର ଭିଡିଓ ଅନଲାଇନରେ ପୋଷ୍ଟ କରାଯାଇଛି। ସହରର ବାସିନ୍ଦା ମଧ୍ୟ ଏହି କାମରେ ନିୟୋଜିତ ଥିଲେ।

libya
Picture credit – amarujala

ଭିଡିଓରେ ସଂସଦ ଭବନରେ ନିଆଁ ଲାଗିଯିବାରୁ କୋଳାହଳକାରୀ ପ୍ରଦର୍ଶନକାରୀମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ଗତ ବର୍ଷ ଠିକ୍ ସମୟରେ ନିର୍ବାଚନ ଆୟୋଜନ କରିବାରେ ବିଫଳ ହେବା ପରେ ଲିବିଆର ସରକାରଙ୍କ ନିୟନ୍ତ୍ରଣ ଦେଶରେ ଗୃହଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି। କିଛି ଲୋକ କହିଛନ୍ତି ଯେ ସରକାର ଠିକ୍ ଭବେ ପରିଚାଳନା କରି ପାରୁ ନାହାଁନ୍ତି। ଏମିତିକି ବିଦ୍ୟୁତ୍ ସେବା ମଧ୍ୟ କେବେଠାରୁ ବନ୍ଦ୍ ରହିଛି। ଯାହାପାଇଁ ସାଧାରଣ ଜନତା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ ଉତ୍ୟକ୍ତ ଜନତା ସଂସଦ ସାମ୍ନାରେ ଭବନରେ ନିଆଁ ଲଗାଇ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.