୨୦୨୨ର ଇସ୍ରୋର ପ୍ରଥମ ଲଞ୍ଚ ମିଶନ, ଆସନ୍ତାକାଲି ସକାଳ ୫ଟା ୫୯ରେ ଲଞ୍ଚ କରାଯିବ PSLV-C52

ନୂଆଦିଲ୍ଲୀ : ଆସନ୍ତାକାଲି ୨୦୨୨ର ଇସ୍ରୋର ପ୍ରଥମ ଲଞ୍ଚ ମିଶନ ହେବ ଆରମ୍ଭ । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରରୁ PSLV-C52କୁ ଆସନ୍ତାକାଲି ସକାଳ ୫ଟା ୫୯ରେ ଲଞ୍ଚ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ ।

ଏହି ମିଶନରେ EOS-04 ରାଡାର ଇମେଜିଂ ସାଟେଲାଇଟକୁ ଉତକ୍ଷେପଣ କରାଯିବ । ଏହି ସାଟେଲାଇଟ ସବୁ ପାଗରେ ଭଲ ଇମେଜ ଦେଇପାରିବ । ଏହାସହ ଅନ୍ୟ ଦୁଇଟି ଛୋଟ ସାଟେଲାଇଟକୁ ମଧ୍ୟ ସାଙ୍ଗରେ ନେବ PSLV-C52 । ୨୦୨୨ରେ ସ୍ପେସ୍ ଏଜେନ୍ସିର ଏହା ହେଉଛି ପ୍ରଥମ ମିଶନ ।

Leave A Reply

Your email address will not be published.