ଦେଶ ବିଦେଶ

ଇମ୍ରାନ୍‌ ଖାନ୍‌ଙ୍କୁ ଅଭିଶାପ ଦେଲେ ନିଜ ପାର୍ଟିର ସାଂସଦ, କହିଲେ- ତୁମ ତୃତୀୟ ସ୍ତ୍ରୀ ବି ତୁମକୁ ଛାଡ଼ି ଚାଲିଯିବ

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାର୍ଟିର ସାଂସଦ ଆମିର ଲିୟାକତ ଏବେ ଇମ୍ରାନ୍‌ଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆମିର ତାଙ୍କ ଉପରେ ଅନେକ ଆକ୍ରମଣ କରିଛନ୍ତି। ତେବେ ଏହି ଆକ୍ରମଣ କମ୍‌ ରାଜନୈତିକ ଓ ଅଧିକ ବ୍ୟକ୍ତିଗତ ହୋଇଯାଇଛି। ଆମିର ଅଭିଯୋଗ କରିଛନ୍ତି ଯେ ଇମ୍ରାନ୍‌ ଖାନ୍‌ଙ୍କ ଯୋଗୁ ହିଁ ତାଙ୍କ ତୃତୀୟ ବିବାହ ନଷ୍ଟ ହୋଇଛି। ଏଥିରେ ଦୁଃଖିତ ହୋଇ ସେ ଇମ୍ରାନ୍‌ ଖାନ୍‌ଙ୍କୁ ଅଭିଶାପ ମଧ୍ୟ ଦେଇଛନ୍ତି ଯେ ତୁମ ସ୍ତ୍ରୀ ବି ତୁମକୁ ଛାଡ଼ି ଚାଲି ଯାଆନ୍ତୁ।

ରିପୋର୍ଟ ମୁତାବକ, ଆମିର ଲିୟାକତ ନିକଟରେ ଦାନିୟା ଶାହ ନାମ୍ନୀ ଯୁବତୀଙ୍କୁ ତୃତୀୟ ବିବାହ କରିଥିଲେ। ଗତ କିଛି ଦିନ ତଳେ ଦାନିୟା ଆମିରଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ କରି ଛାଡ଼ପତ୍ର ମାଗିଥିଲେ। ଏସବୁ ମଧ୍ୟରେ ଏବେ ପୂର୍ବ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ରିୟଲ ଇଷ୍ଟେଟ୍‌ ବିଜନେସ୍‌ର ମାଲିକ ରିୟାଜଙ୍କ ମଧ୍ୟରେ ହୋଇଥିବା ଏକ କଥାବାର୍ତ୍ତାର ଅଡିଓ କ୍ଲିପ୍‌ ଖୁବ୍‌ ଭାଇରାଲ ହେଉଛି। ଏହି ଅଡିଓ କ୍ଲିପ୍‌ରେ ମଲିକ ରିୟାଜ ଜର୍ଦ୍ଦାରୀଙ୍କ ଠାରୁ ଇମ୍ରାନ୍‌ଙ୍କ ପଦ ବଞ୍ଚାଇବା ପାଇଁ କଥା ବାର୍ତ୍ତା କରୁଥିବା ଦେଖାଯାଇଛି। ଏହି ଅଡିଓ ଶୁଣିବା ପରେ ଏବେ ଆମିର ନିଜ ରିଆକ୍ସନ୍‌ ଦେଇଛନ୍ତି।

ସେ ସୋସିଆଲ ମିଡିଆରେ ଏହି ଅଡିଓକୁ ପୋଷ୍ଟ କରି ଲେଖିଛନ୍ତି- ସାଙ୍ଗ ତୁମେ ମୋ ଘର ଭାଙ୍ଗି ଦେଲ। ତୁମେ ବି ବଞ୍ଚିବନି। ମୁଁ ତ ଯାଇ ସାରିଲିଣି। କିନ୍ତୁ ତମ ସ୍ତ୍ରୀ ବି ତୁମକୁ ଛାଡ଼ି ଦେବ। ସମସ୍ତେ ଜାଣିଛନ୍ତି ତୁମେ କାହା ମାଧ୍ୟମରେ କେତେ ପଇସା ପଠାଇଛ। କାରଣ ତୁମେ ଜାଣିଥିଲ ଯେ ଏଠାରେ କେବଳ ଟଙ୍କା ଦ୍ୱାରା ହିଁ କାମ ହେବ। ଇମ୍ରାନ୍‌ ଖାନ୍‌ ତୁମେ ଏକ ଭୁଲ କରି ଦେଇଛ। ତୁମକୁ ନିଜ ସପୋର୍ଟରେ ମୋ ସ୍ତ୍ରୀଙ୍କ ଦ୍ୱାରା ଭିଡିଓ କରାଇବାର ନଥିଲା। ଏବେ ତୁମେ କେବେ ବି ନିର୍ବାଚନ ଜିତି ପାରିବ ନାହିଁ।

ସୂଚନାଯୋଗ୍ୟ ଯେ ଆମିର ଲିୟାକତଙ୍କ ତୃତୀୟ ପତ୍ନୀ ଦାନିୟା ଶାହ ତାଙ୍କ ଠାରୁ ଛାଡ଼ପତ୍ର ପାଇଁ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। କୋର୍ଟରେ ଦାନିୟା ସ୍ୱାମୀ ଆମିରଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି। ଏହା ଦ୍ୱାରା ଆମିର ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ତାଙ୍କ କହିବାନୁସାରେ, ସେ କେବେ ବି ସ୍ତ୍ରୀଙ୍କ ସହ ଜବରଦସ୍ତି କରି ନାହାନ୍ତି। ତାଙ୍କ ବାହାଘର ଭାଙ୍ଗିବାରେ ଇମ୍ରାନ୍‌ ସରକାରଙ୍କ ସୂଚନା ମନ୍ତ୍ରୀ ଥିବା ଫବାଦ ଚୌଧୁରୀଙ୍କ ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ଆମିର।

Also Read: କଙ୍ଗନା ରାଣାଓ୍ଵତ୍‌ଙ୍କ ‘ଧାକଡ଼’ ହେଲା ବଡ଼ ଫ୍ଲପ୍‌! ଗୋଟିଏ ଦିନରେ ବିକ୍ରି ହେଲା ମାତ୍ର ୨୦ଟି ଟିକେଟ୍‌

WCW 11

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

7 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

15 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

31 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago