ଦିଲ୍ଲୀ: ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଦେବାକୁ ପଡିବ ଅଧିକ ଟଙ୍କା, ଜାଣନ୍ତୁ ବାଇକ ଓ କାର୍‌ ପାଇଁ ଦେବେ କେତେ ?

ଦିଲ୍ଲୀରେ ଏବେ ଯାନବାହନ ପାଇଁ ପ୍ରଦୂଷଣ ସାର୍ଟିଫିକେଟ କରିବା ହେଲା ମହଙ୍ଗା । ଦିଲ୍ଲୀ ସରକାର ୧୩ ବର୍ଷ ପରେ ପ୍ରଦୂଷଣ ଯାଞ୍ଚ କରିବା ଦର ବଢାଇଛନ୍ତି । ଏବେ ଦିଲ୍ଲୀରେ ପେଟ୍ରୋଲ, ସିଏନଜି ଏବଂ ଏଲପିଜିର ଦୁଇ ଚକିଆ ଏବଂ ତିନି ଚକିଆ ଗାଡି ପ୍ରଦୂଷଣ ସାର୍ଟିଫିକେଟ ପାଇଁ ୮୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପୂର୍ବରୁ ଏଥିପାଇଁ ୬୦ ଟଙ୍କା ଦେବାକୁ ପଡୁଥିଲା । ଏବେ ଏହା ଆଉ ୨୦ ଟଙ୍କା ବଢି ୮୦ ଟଙ୍କା ହୋଇଛି ।

ପରିବହନ ମନ୍ତ୍ରୀ କୈଳାଶ ଗହଲତ କହିଛନ୍ତି, ଦିଲ୍ଲୀ ସରକାର ପାଖାପାଖି ୧୩ ବର୍ଷ ପରେ ପେଟ୍ରୋଲ, ସିଏନଜି ଏବଂ ଡିଜେଲ ଗାଡି ପାଇଁ ପ୍ରଦୂଷଣ ବୋର୍ଡ ପ୍ରମାଣପତ୍ର ପାଇଁ ଶୁଳ୍କ ବୃଦ୍ଧି କରିଛନ୍ତି । ଦୁଇଚକିଆ ଏବଂ ତିନି ଚକିଆ ବାହନ ପାଇଁ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ୬୦ ଟଙ୍କାରୁ ପରିବର୍ତ୍ତେ ୮୦ ଦେବାକୁ ପଡିବ । ସେହିପରି ଚାରିଚକିଆ ଗାଡି ପାଇଁ ୮୦ ଟଙ୍କା ପରିବର୍ତ୍ତେ ୧୧୦ ଟଙ୍କା ଦେବାକୁ ହେବ ।

ଡିଜେଲ ଗାଡି ପାଇଁ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ୧୦୦ ଟଙ୍କା ପରିବର୍ତ୍ତେ ୧୪୦ ଟଙ୍କା ଦେବାକୁ ହେବ । ସେହିପରି ଭାରିଯାନ ପାଇଁ ମଧ୍ୟ ଦରବୃଦ୍ଧି ହୋଇଛି ।

ଦିଲ୍ଲୀ ପେଟ୍ରୋଲ ଡିଲର୍ସ ଆସୋସିଏନ ପକ୍ଷରୁ ଦୀର୍ଘ ଦିନ ଧରି ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ ଦରବୃଦ୍ଧି କରିବାକୁ ଦାବି କରାଯାଉଥିଲା । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୈଳାଶ ଗେହଲତ କହିଛନ୍ତି । ଦିଲ୍ଲୀରେ ବାୟୁ ଗୁଣବତ୍ତା ରଖିବା ପାଇଁ ସମସ୍ତ ଗାଡିରେ ଆବଶ୍ୟକ ପ୍ରଦୂଷଣ ସାର୍ଟିଫିକେଟ ରଖିବା ଜରୁରୀ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ୨୦୧୧ରୁ ଆଜି ପର୍ଯ୍ୟନ୍ତ ବାଇକ ପାଇଁ ୬୦ ଟଙ୍କା, କାର୍‌ ପାଇଁ ୮୦ ଟଙ୍କା ଏବଂ ଡିଜେଲ ଗାଡି ପାଇଁ ୧୦୦ ଟଙ୍କାରେ ସାର୍ଟିଫିକେଟ ମିଳିଥିଲା । କିନ୍ତୁ ଏବେ ଏହି ଦର ବୃଦ୍ଧି ପାଇଛି ।

You might also like