ଦେଶରେ ହୁ ହୁ ବ୍ୟାପୁଛି H3N2 ଇନଫ୍ଲୁଏଞ୍ଜା ସଂକ୍ରମଣ, ଏହି ରାଜ୍ୟରେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବନ୍ଦ ସମସ୍ତ ସ୍କୁଲ

ଦେଶରେ ମାଡୁଛି ଇନଫ୍ଲୁଏଞ୍ଜା। ବଢୁଛି H3N2 ଭାଇରସ୍ କେସ୍। ଇନଫ୍ଲୁଏଞ୍ଜା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି।

ଦେଶରେ ମାଡୁଛି ଇନଫ୍ଲୁଏଞ୍ଜା। ବଢୁଛି H3N2 ଭାଇରସ୍ କେସ୍। ଇନଫ୍ଲୁଏଞ୍ଜା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ବନ୍ଦ ହୋଇଛି ସମସ୍ତ ସ୍କୁଲ। ଆସନ୍ତାକାଲିଠୁ ୨୬ ତାରିଖ ଯାଏ ସବୁ ସ୍କୁଲ ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ପୁଡୁଚେରୀ ଶିକ୍ଷା ମନ୍ତ୍ରୀ ଏ. ନମଶିବାୟମ୍।

ଦେଶର ବିଭିନ୍ନ ରାଜ୍ୟରେ H3N2 ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରୁ ବାହାରିଛନ୍ତି ୩୫୨ ସଂକ୍ରମିତ। ନିକଟରେ ସବୁ ରାଜ୍ୟକୁ ଆଲର୍ଟ ରହିବାକୁ କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ତେବେ H3N2 ଭାଇରସକୁ ନେଇ ଆତଙ୍କତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

H1N1 ପାଇଁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଭୂତାଣୁର ରୁପାନ୍ତର ହେଉଛି H3N2। H3N2ର ଲକ୍ଷଣ କୋଭିଡ୍‌ ସହ ସମାନ। ସଂକ୍ରମିତ ବ୍ୟକ୍ତିଙ୍କର ଦେହ ଓ ମୁଣ୍ଡ ବିନ୍ଧା ସହିତ ଗଳା ବସିଯାଏ। ପୁଣି ଶୁଖିଲା କାଶ ହୁଏ। ଲମ୍ବା ସମୟ ଧରି କାଶ ହୋଇଥାଏ।

ଡାକ୍ତରଙ୍କ କହିବା କଥା, ଏହା ଇନଫ୍ଲୁଏଞ୍ଜାର ଏକ ରୂପ, ଯାହା ଖୁବ୍‌ ଦ୍ରୁତ ବେଗରେ ସଂକ୍ରମିତ ହେଉଛି। ଯେଉଁ ମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି, ସେମାନଙ୍କୁ ଏହି ଭାଇରସକୁ ନେଇ ସତର୍କ ରହିବାକୁ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

H3N2 ଭୂତାଣୁ ଲକ୍ଷଣ କ’ଣ?

୧. ଥଣ୍ଡା, କାଶ, ଗଳାରେ କଫ ଜମିବା ସହ ଦେହ ଦରଜ ହୁଏ।
୨. ମୁଣ୍ଡ ବିନ୍ଧା, ଅତ୍ୟଧିକ ଜ୍ୱର, ଗଳାରେ ଘା’ ହୋଇଥାଏ।
୩. ଜ୍ୱର ହେଲେ ୨ରୁ ୩ ଦିନ ପର୍ଯ୍ୟନ୍ତ ରହିଥାଏ।
୪. ଡାଏରିଆ, ବାନ୍ତି ହେବା ସହ ଦୁର୍ବଳ ଅନୁଭବ ହୁଏ।
୫. ଏ ସବୁ ରୋଗ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶରୀରରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.