ଜାମ୍ମୁ ଓ କାଶ୍ମୀର ପୁଲଓ୍ଵାମାରେ ବଡ଼ ଆତଙ୍କୀ ହମ୍‌ଲା ଘଟଣା , ଆଜି ବସିବ କ୍ୟାବିନେଟ ସୁରକ୍ଷା ସମିତି ବୈଠକ

ଦିଲ୍ଲୀ(କେନ୍ୟୁଜ୍) : ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମ୍‌ଲା ନେଇ ଆଜି ବସିବ କ୍ୟାବିନେଟ ସୁରକ୍ଷା ସମିତି ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସକାଳ ୯ଟାରେ ବୈଠକ ବସିବ । ସେପଟେ ଘଟଣା ନେଇ ଜମ୍ମୁ ପୋଲିସ ସହ ମିଳିତ ତଦନ୍ତ କରିବ ଏନ୍‌ଆଇଏ ଟିମ୍‌ । ଆଜିଠାରୁ ଏନ୍‌ଆଇଏ ଟିମ୍‌ ତଦନ୍ତ ଆରମ୍ଭ କରିବ । ଯାଞ୍ଚ ପାଇଁ ଘଟଣାସ୍ଥଳକୁ ୧୨ ଜଣିଆ ଏନ୍‌ଆଇଏ ଟିମ୍‌ ଯାଇଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଶ୍ରୀନଗର ଯିବେ । ଏପଟେ ଆକ୍ରମଣ ଘଟଣାରେ ସହିଦଙ୍କ ସଂଖ୍ୟା ୪୦ ଟପିଛି ।

Khalid darଗତକାଲି ପୁଲଓ୍ଵାମା ଜିଲ୍ଲା ଅବନ୍ତିପୁରା ନିକଟରେ ପୁଣି ରକ୍ତର ହୋଲି ଖେଳିଥିଲେ ଆତଙ୍କବଦୀ । ସୁରକ୍ଷାବାହିନୀ ଉପରେ ହମଲା କରିଥିଲେ । ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା କନଭେର ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଯବାନଙ୍କୁ ନେଇ ଜମ୍ମୁରୁ ଶ୍ରୀନଗର ଯାଉଥିବା ୭୦ଟି ଗାଡ଼ିରେ ପ୍ରାୟ ୨୫ଶହ ଯବାନ ଯାଉଥିଲେ । ଗୋଟିଏ ଗାଡ଼ିକୁ ଟାର୍ଗେଟ କରିଥିଲେ । ଆଦିଲ୍‌ ଅହମ୍ମଦ ଡର ନାମକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଆଦିଲ୍‌ ପୁଲଓ୍ଵାମା କାକାପୋରା ବାସିନ୍ଦା । ସେ ବିସ୍ଫୋରକ ବୋଝେଇ ଏକ କାର୍‌ ଧରି ସିଆରପିଏଫ ଯବନାଙ୍କ କନଭେର ଥିବା ଗୋଟିଏ ଗାଡ଼ିକୁ ଧକ୍କା ଦେଇଥିଲ ।