ଜାଣନ୍ତୁ ପୁଲୱାମା ଆତଙ୍କୀ ଆକ୍ରମଣକାରୀକୁ କେମିତି ଓ କିଏ ଦେଇଥିଲା ଟ୍ରେନିଙ୍ଗ୍

ନୂଆଦିଲ୍ଲୀ : ପାକିସ୍ତାନ ଜୈସ-ଏ-ମହମ୍ମଦର ଗାଜୀ ରସିଦ ଏବଂ କାମରାନ ଦୁଇ କମାଣ୍ଡରଙ୍କୁ ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଧରାଯାଉଛି । ଲେଥପୋରା ଇଲାକାରେ ଜମ୍ମୁ ର ୪୦ଜଣିଆ କେନ୍ଦ୍ରୀୟ ରିଜର୍ଭ ପୋଲିସ୍(ସିଆରପିଏଫ୍)ଜବାନଙ୍କ ମୃତ୍ୟୁ ପାଇଁ ଏମାନେ ଷଡଯନ୍ତ୍ର କରିଥିଲେ ।
ଗୁଇନ୍ଦା ସୂତ୍ର ମୁତାବକ, ଗତ ମାସରେ ପୁଞ୍ଛ ରାସ୍ତା ଦେଇ ପାଖାପାଖି ୧୫ ଜେଇଏମ୍ ର ଉଗ୍ରବାଦୀ ମାନେ ଦେଶରେ ପଶିଥିଲେ । ସେମାନଙ୍କ ମଧ୍ୟରୁ କାମରାନ ମଧ୍ୟ ଥିଲା । ଯିଏ କଥିତ ରୂପେ ସ୍ଥାନୀୟ ଯୁବକମାନଙ୍କୁ ପ୍ରଶିକ୍ଷଣ କରିବା ପାଇଁ ବିଭିନ୍ନ ଉପକରଣ ଏବଂ ଅନ୍ୟ ବିସ୍ଫୋରକ ନେଇ ପହଁଚିଥିଲା ।
ଅନ୍ୟପଟେ, ରସିଦ୍ ଦୁଇ ମାସ ପୂର୍ବରୁ କୁପୱାଡା ରାସ୍ତାରେ ଭାରତକୁ ପ୍ରବେଶ କରିଥିଲା । ସୂତ୍ର ମୁତାବକ ୨୮ ବର୍ଷିୟ ରସିଦ୍ ଏକ ଭୟଙ୍କର ଆଫଗାନୀ ଆତଙ୍କି ଅଟେ ଯାହାକୁ ପାକିସ୍ତାନ ସେନା ବିଶେଷ ସେବା ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ସଂସ୍ଥା ସୀମା ଆରପଟେ ହେଉଥିବା ଅପରେସନ୍ ଏବଂ ଏଲଓସି ପାଖାପାଖି ହେଉଥିବା ଘଟଣା ଉପରେ ନଜର ରଖିଥାଏ। ସୂତ୍ର ମୁତାବକ ରସିଦ୍ ଉତ୍ତର-ପଶ୍ଚିମ ପାକିସ୍ଥାନରେ ଆଗରୁ ଯୁଦ୍ଧ କରିସାରିଛି ।
ଏହାସହ ପଢନ୍ତୁ : ପୁଲୱାମା ଆକ୍ରମଣ ପଛର ପ୍ରକୃତ ରହସ୍ୟ କଣ ଥିଲା, ଜାଣନ୍ତୁ କଣ କହୁଛନ୍ତି ଆଦିଲର ବାପା
ଗୁଇନ୍ଦା ସୂତ୍ରରୁ ଏହା ମଧ୍ୟ ଜଣାପଡିଛି କି, ଜୈସ -କମାଣ୍ଡର ମାନଙ୍କ ଦ୍ବାରା ମଧ୍ୟ ଏହି ଆକ୍ରମଣ କରିପାରିଥାନ୍ତା । କିନ୍ତୁ ଆତଙ୍କି ସଂଗଠନ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି କି ସେମାନେ ଏଭଳି ଘାତକ ଆକ୍ରମଣକୁ ସଠିକ୍ ରୂପ ଦେବା ପାଇଁ ସ୍ଥାନୀୟ କାଶ୍ମୀରି ଯୁବକମାନଙ୍କୁ ବ୍ୟବାହାର ମଧ୍ୟ କରିପାରୁଛନ୍ତି।
କାଶ୍ମୀରରେ ପୂର୍ବ ବର୍ଷ ବହୁ ଯୁବକମାନଙ୍କର ‘ଅପରେସନ୍ ଅଲଆଉଟ୍’ ରେ ମୃତ୍ୟୁ ବରଣ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଜେଇଏମ୍ ପ୍ରମୁଖ ମସୁଦ୍ ଆଝାର ର ଦୁଇଟି ଭଣଜା ସାମିଲ ଥିଲେ ଏବଂ ସେମାନେ ଦକ୍ଷିଣ କାଶ୍ମୀରରେ ମୃତ୍ୟୁ ବରଣ କରିଥିଲେ । ତେବେ ଦୀର୍ଘ ଦୁଇ ବର୍ଷ ହେଲା ମୁଖ୍ୟତଃ ସ୍ଥାନୀୟ ଯୁବକମାନଙ୍କୁ ଏହି ଆତଙ୍କ ଆକ୍ରମଣ ଉପରେ ପ୍ରେରିତ କରାଯାଇ ସେମାନଙ୍କୁ ବ୍ୟବାହର କରିଆସୁଛନ୍ତି ଏହି ଜଲ୍ଲାଦମାନେ ।