ଫୁଟପାଥରେ ଶୋଇଥିବା ବେଳେ ୯ଜଣଙ୍କ ଉପରେ ଚଢିଗଲା ଡମ୍ଫର : ୩ ମୃତ, ୬ଆହତ

ମହାରାଷ୍ଟ୍ର : ଶୋଇଥିବା ବେଳେ ଚଢିଗଲା ଡମ୍ଫର ।  ୩ ମୃତ, ୬ଆହତ ।  ମହାରାଷ୍ଟ୍ର ପୁନେରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ପୁନେ ସହରର ୱାଘୋଲି ଛକ ଅଞ୍ଚଳ ଫୁଟପାଥରେ ଝୁମ୍ପୁଡ଼ିରେ ଶୋଇଥିବା ବେଳେ ୯ଜଣଙ୍କ ଉପରେ ଡମ୍ଫର ମାଡ଼ି ଯାଇଥିଲା ।

ଘଟଣାସ୍ଥଳରେ ଦୁଇ ଶିଶୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଛି ।  ଅନ୍ୟ ୬ଜଣ ଆହତ ହୋଇଛନ୍ତି ।  ଓ୍ୱାଗୋଲିର କେସନନ୍ଦ ଫାଟା ପୁଲିସ ଷ୍ଟେସନ ସମ୍ପୁଖରେ ରାତି ପ୍ରାୟ ସାଢ଼େ ୧୨ଟାରେ ଘଟିଥିଲା ଏହି ଦୁର୍ଘଟଣା ।  ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ଦୁର୍ଘଟଣା ଘଟାଇଥିିବା ଜଣାପଡିଛି ।  ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି ପୁନେ ସିଟି ପୋଲିସ ।

ପ୍ରାଥମିକ ସୂଚନା ହେଉଛି ଡମ୍ପର ଡ୍ରାଇଭର ମଦ୍ୟପାନ କରିଥିଲେ ।  ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ୩ ଶିଶୁ ଅଛନ୍ତି ।  ଅନ୍ୟ ୬ଜଣ ଆହତ ହୋଇଛନ୍ତି ।  ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଆହତ ସମସ୍ତ ବ୍ୟକ୍ତି ଶ୍ରମିକ ଅଟନ୍ତି ।  ସେ ରବିବାର ରାତିରେ କାମ ପାଇଁ ଅମ୍ରାବତୀରୁ ଆସିଥିଲେ ।