ନିଆଁ ଲାଗିଥିବା ମଲ୍ ରୁ ୧୦ ଟି ପାର୍ଶିଆନ ବିଲେଇଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଗତ ଶୁକ୍ରବାର ସନ୍ଧ୍ୟାରେ ପୁଣେର ଏକ ବିଲ୍ଡିଂରେ ନିଆଁ ଲାଗିବା ପରେ ପୁଣେ ଅଗ୍ନିଶମ ବିଭାଗ ପାଖା ପାଖି ଦଶଟି ପାର୍ସିଆନ ବିଲେଇ ଓ ତାଙ୍କ ଛୁଆକୁ ପ୍ରାୟ ତିନି ମହଲା କୋଠାଘରୁ ଉଦ୍ଧାର କରିଥିଲେ। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ଠିକ୍ ସମୟରେ ଆସି ପହଞ୍ଚିଥିଲେ ତେଣୁ କୌଣସି ଅସୁବିଧା ହୋଇନଥିଲା । ଏହା ପରେ ସେମାନେ କହିଛନ୍ତି ଯେ ଏହି ବିଲେଇଗୁଡ଼ିକ ନିଆଁ ଲାଗିଥିବା ଫ୍ଲାଟରେ ଅଟକି ରହିଥିଲେ, ସେଠାରେ ଧୂଆଁ ମଧ୍ୟ ଅଧିକ ହୋଇଯାଇଥିଲା କିନ୍ତୁ ଆମେ ସେମାନଙ୍କୁ ଠିକ୍ ସମୟରେ ଉଦ୍ଧାର କରିପାରିଲୁ ।
View this post on Instagram
Video Credit – indiatoday
ତେବେ ବିଲେଉଗୁଡ଼ିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକ ଖୁବ୍ ଖୁସି ହୋଇଯାଇଥିଲେ। କିଛି ପିଲା ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ବିଲେଇଗୁଡ଼ିକୁ ଧରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।